Odisha news

ମାଟ୍ରିକ ପରୀକ୍ଷା : ତିହିଡି ବ୍ଲକରେ ୧୪ କେନ୍ଦ୍ରରେ ୨,୮୮୦ ପରୀକ୍ଷାର୍ଥୀ

0

ତିହିଡି, ୧୯/୦୨(ଯଦୁମଣି ପାଣିଗ୍ରାହୀ): ୨୦ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ମୋଟ୍ ୧୪ଟି କେନ୍ଦ୍ରରେ ୨, ୮୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି । ଏତତ୍ ବ୍ୟତିତ ମଧ୍ୟମାରେ ୧୧ ଜଣ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ପୂର୍ବାହ୍ଣ ୯ ଠାରୁ ୧୧.୩୦ ଯାଏ ପରୀକ୍ଷା ଅନୁଷ୍ଠିତ ହେବ । ତିହିଡି ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି । ଚଳିତବର୍ଷ ଏହି ହାଇସ୍କୁଲରେ ୨୨୧ ଜଣ, ସରକାରୀ ବାଳିକା ହାଇସ୍କୁଲରେ ୨୧୭ ଜଣ, ସୟା ବିପିଏସ ହାଇସ୍କୁଲରେ ୨୬୫ ଜଣ, କୋହ୍ଲ ହାଇସ୍କୁଲରେ ୨୧୩ ଜଣ, ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲରେ ୧୫୯ ଜଣ, ତିଆଡିସାହି ପବିତ୍ରନଗର ହାଇସ୍କୁଲରେ ୧୮୮ ଜଣ, ବାରବାଟିଆ ବୈଷ୍ଣବାନନ୍ଦ ହାଇସ୍କୁଲରେ ୨୨୧ ଜଣ, ସାମନ୍ତରାୟପୁର ହାଇସ୍କୁଲରେ ୩୦୮ ଜଣ, ପାଳିଆବିନ୍ଧାରେ ୧୭୦ ଜଣ, ଦୋଳସାହି ରାମନାରାୟଣ ହାଇସ୍କୁଲରେ ୧୬୯ ଜଣ, ଗୁଆମାଳ ବୀଣାପାଣି ହାଇସ୍କୁଲରେ ୧୪୭ ଜଣ, ଜୟପୁର ହାଇସ୍କୁଲରେ ୨୭୬ ଜଣ, ବୋଡକ ନାୟକାଣୀ ହାଇସ୍କୁଲରେ ୧୬୭ ଜଣ ଓ କାଁପଡା ବାସୁଳୀ ହାଇସ୍କୁଲରେ ୧୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ସେହିପରି ଗୁଆମାଳ ହାଇସ୍କୁଲରେ ୧୧ ଜଣ ମଧ୍ୟମାରେ ପରୀକ୍ଷା ଦେବେ ବୋଲି ନୋଡାଲ ସେଣ୍ଟରର ସୁପରିଟେଣ୍ଡେଣ୍ଟ ସମରେନ୍ଦ୍ର ମିଶ୍ରଙ୍କ ଠାରୁ ସୂଚନା ମିଳିଛି । ଶିକ୍ଷା ବିଭାଗ ପକ୍ଷରୁ କପି ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଆବଶ୍ୟକ ସ୍ଥଳରେ ଖୋଦ୍ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ପରୀକ୍ଷା କେନ୍ଦ୍ର ବୁଲିବେ । ସେହିପରି ବୋର୍ଡ ପକ୍ଷରୁ ମଧ୍ୟ କପି ରୋକିବା ଲାଗି ସ୍ୱତନ୍ତ୍ର ଟିମ୍ ଗସ୍ତରେ ଆସିବେ ବୋଲି ଜଣାଯାଇଛି । ତେବେ ପରୀକ୍ଷା ଲାଗି ପ୍ରଶ୍ନପତ୍ରଗୁଡିକ ସେହିଦିନ ସକାଳ ୭.୩୦ରୁ ୮.୩୦ ଘଟିକା ମଧ୍ୟରେ କେନ୍ଦ୍ରରେ ପହଁଞ୍ଚôବ ଏବଂ ଏନେଇ ୩ଟି ଡେସପାଚ୍ ଟିମ୍ ଗଠନ କରାଯାଇଛି । ସେହିପରି ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତା ମଧ୍ୟ ଠିକଣା ସମୟରେ ନୋଡାଲ ସେଣ୍ଟରରେ ପହଁଞ୍ଚôବାର ବନେ୍ଦାବସ୍ତ କରାଯାଇଛି ।

Nalco
Leave A Reply