Odisha news

ଦୁଇ ନୂଆ ଥାନାଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରୁଛି ତିହିଡି ଓ ପୀରହାଟ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ

0

ତିହିଡି, ୧୭/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ଓ ପୀରହାଟ ଥାନା ପାଇଁ ଚୋରା କୋଇଲା ·ଲାଣ ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ରୋକିବା ଏକ ଚ୍ୟାଲେଞ୍ଜ ହୋଇ ପଡିଛି । ସେଥିରେ ପୁଣି ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନ ସମୟରେ ରାଜନୈତିକ ବାଦବିବାଦ ଉଭୟ ଥାନା ଇଲାକାରେ ବି ଅଧିକ ମାତ୍ରାରେ ଘଟିଥାଏ । ଏମିତିରେ ଉଭୟ ଥାନା ଇଲାକାରେ ଗାଁ ଗଣ୍ଡାରେ ଚୋରା ମଦ କାରବାର, ଧଳାଜହର ସହିତ ଛୋଟବଡ ଚୋରି ଓ ଡକାୟତି, ରାଜନୈତିକ ବିବାଦ ଓ ଗଣ୍ଡଗୋଳ, ନାବାଳିକା ଅପହରଣ, ପ୍ରେମ ଜନିତ ବିବାଦ, ଜାଗାବାଡିକୁ ନେଇ ବାଦବିବାଦ ଆଦିକୁ ନେଇ ଘଟୁଥିବା ଅପରାଧିକ କାର୍ଯ୍ୟକୁ ରୋକିବା ମଧ୍ୟ ଉଭୟ ଥାନା ଲାଗି ଚିନ୍ତାର କାରଣ ସାଜିଥିବା ବେଳେ ତିହିଡି ଥାନାରେ ନୂତନଭାବେ ଯୋଗଦାନ କରିଛନ୍ତି ଥାନାଧିକାରୀ ପ୍ରସନ୍ନ କୁମାର ନାୟକ । ସେ ଏହି ଅଞ୍ଚଳ ପାଇଁ ସମ୍ପୂର୍ଣ୍ଣ ନୁଆ ହୋଇଥିବା ବେଳେ ପୀରହାଟ ଥାନାଧିକାରୀ ଭାବେ ଯୋଗ ଦେଇଥିବା ଅଜୟ କୁମାର ମୁର୍ମୁ ବାସୁଦେବପୁର ଅଞ୍ଚଳରୁ ଆସିଛନ୍ତି । ତିହିଡି ବ୍ଲକଟି ବାସୁଦେବପୁର, ଧାମନଗର ଓ ·ନ୍ଦବାଲି ପରି ତିନୋଟି ନିର୍ବାଚନ ମଣ୍ଡଳୀରେ ଅର୍ନ୍ତଭୁକ୍ତ । ଉଭୟ ଥାନା ଇଲାକା କହିଲେ ନଚ୍ଛିବିନ୍ଧାରୁ ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ସେପଟେ ବୋଡକରୁ ନୟାନନ୍ଦ ଓ ବାହାବଳପୁର ପର୍ଯ୍ୟନ୍ତ ଲମ୍ବିଛି । ରାଜନୈତିକ ବାଦବିବାଦ ଠାରୁ ଆରମ୍ଭ କରି ଅସାମାଜିକ ବ୍ୟକ୍ତି, ଦାଗିଚୋର ଓ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ଏବଂ ଏତଲାକାରୀଙ୍କ ଅଭିଯୋଗକୁ ବିଚାରକୁ ନେଇ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ମଧ୍ୟ ପୋଲିସର ବଡ ଭୂମିକା ରହିଛି । ଦୈନିକ ଚିରାଚରିତ ଅଭିଯୋକୁ ବାଦ୍ ଦେଲେ ଏହି ଦୁଇ ଥାନାଞ୍ଚଳରେ ଚୋରା କୋଇଲା ·ଲାଣ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି । ଦୈନିକ ଟ୍ରିପ୍ ଟ୍ରିପ ଚୋରା କୋଇଲା ବାହାରକୁ ·ଲାଣ ହେଉଛି । ଧାମରା ବନ୍ଦରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥିବା ରେଳପଥରେ ଚଳନ୍ତା ରେଳରୁ ଆଙ୍କୁଡା ଲଗାଇ ଶହଶହ ବସ୍ତା କୋଇଲା କଢା ଯାଉଛି । ରେଳଧାରଣା ପାଶ୍ୱର୍ବର୍ତ୍ତୀ ଗାଁ ଗଣ୍ଡାର କେତେକ ଅସାଧୁ ଯୁବକ ଓ ପେଶାଦାର ଚୋରମାନେ ରାତାରାତି ସେଗୁଡିକ ବସ୍ତାରେ ପୁରାଇ ମାଫିଆମାନଙ୍କ ଜରିଆରେ ବାହାରକୁ ·ଲାଣ କରିଥାନ୍ତି । ପୂର୍ବରୁ ଏହି ଚୋରା କୋଇଲା ·ଲାଣକୁ ନେଇ କେତେକ ସ୍ଥଳରେ ବିବାଦ ଦେଖା ଦେଇଥିଲା । ପୋଲିସର ସହଯୋଗ ନରହିଲେ ଏପରି ·ଲାଣ ହେବା ଅସମ୍ଭବ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା । ଉକ୍ତ ଘଟଣାରେ କେତେକ ପୋଲିସ କର୍ମ·ରୀଙ୍କ ସଂପୃକ୍ତି ଥିବା ପଦାକୁ ଆସିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିନେଇ କଠୋର ପଦକ୍ଷେପ ନେଇଥିଲେ ମଧ୍ୟ ଚୋରା କୋଇଲା ·ଲାଣ ବନ୍ଦ ହୋଇନଥିଲା । ବିଗତ କିଛିମାସ ତଳେ ଆରପିଏଫ ପକ୍ଷରୁ ଏକ ବଡଧରଣର ଧରପଡଗଡ ହୋଇଥିଲା । ଚୋରା କୋଇଲା ·ଲାଣକାରୀଙ୍କ ସହିତ କେତେକ ତଳିଆ କର୍ମ·ରୀ ଜଡିତ ଥିବାନେଇ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ଫଳରେ ଚୋରା କୋଇଲା ·ଲାଣକାରୀଙ୍କ ନିଦ ହଜି ଯାଇଥିଲା । ଏହାରି ଭିତରେ ମାତ୍ର କିଛି ସପ୍ତାହ ପରେ ସଂପ୍ରତି ଚୋରା କୋଇଲା ·ଲାଣ ଆରମ୍ଭ ହୋଇ ଗଲାଣି । ତେଣୁ ଏହି ଦୁଇ ଥାନାଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରୁଛି ତିହିଡି ଓ ପୀରହାଟ ଥାନାଞ୍ଚଳର ଅପରାଧ ନିୟନ୍ତ୍ରଣ ନିର୍ଭର କରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

 

Leave A Reply