Odisha news

ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକସ୍ତରୀୟ ବୈଠକ

0

ତିହିଡି, ୧୧/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଦହପାଣିଆ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗତ ବୈଠକର ପ୍ରସ୍ତାବ କାର୍ଯ୍ୟାନୁଷ୍ଠାନ ରିପୋର୍ଟ କରାଯାଇଥିଲା । ଗତ ମାସର ଆୟୋଜକ ବିଦ୍ୟାଳୟରେ ଦିଆଯାଇଥିବା ପରାମର୍ଶ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା । ମ୍ୟାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ଓ ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ, ଅର୍ଦ୍ଧବାର୍ଷିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି, ବାର୍ଷିକ ହାଇସ୍କୁଲର ପରୀକ୍ଷାରେ ଶହେ ପ୍ରତିଶତ ଉପସ୍ଥିତି ସୁନିଶ୍ଚିତ କରିବା, ଦଶମ ଶ୍ରେଣୀ ସଂଶୋଧିତ ମୂଲ୍ୟାଙ୍କନରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା, ଏସଆଇଓଏସ ଶ୍ରେଣୀ ପରିଚାଳନାର ସ୍ଥିତି, ସପ୍ତାହକ ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତି ଏବଂ କେତୋଟି କ୍ଳାସ୍ ନିଆଯାଇଛ. ପ୍ରଧାନଶିକ୍ଷକମାନଙ୍କ ଆୟୋଜକ ବିଦ୍ୟାଳୟ ପରିଦର୍ଶନ, ବିଦ୍ୟାଳୟଗୁଡିକ ମତଦାନ ପ୍ରଦାନ ନିମନ୍ତେ ନିର୍ଦ୍ଦିଷ୍ଟ ଫର୍ମାଟ୍ ଦାଖଲ ଏବଂ ଆୟୋଜକ ବିଦ୍ୟାଳୟଗୁଡ଼ିକ ଏହାର କପି ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ବିଇଓଙ୍କ ନିଷ୍ପତ୍ତି ଅନୁଯାୟୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା ହୋଇଥିଲା । ମ୍ୟାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିକୁ ନେଇ ବିଦ୍ୟାଳୟ ସ୍ତରରେ ଆଲୋଚନା କରିବା, ମ୍ୟାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କ ଶତ ପ୍ରତିଶତ ଉପସ୍ଥିତି ନିଶ୍ଚିତ କରିବାକୁ ପଡ଼ିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଗତବର୍ଷ କେତେଜଣ ଛାତ୍ରଛାତ୍ରୀ ଗ୍ରେଡ୍-ଏ ପାଇଥିଲେ ଏବଂ ଚଳିତ ବର୍ଷ କେତେ ଜଣ ଲକ୍ଷ୍ୟ ରହିଛି ସେନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ସମ୍ପର୍କରେ ମତପ୍ରକାଶ ପାଇଥିଲା । ପାଠ ପଢାରେ ପଛୁଆ ଥିବା ପିଲାଙ୍କପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ନିୟମିତ ଶ୍ରେଣୀଶିକ୍ଷା ବ୍ୟତୀତ ଅଧିକ ସମୟ ପଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଦ୍ୟାଳୟରେ ଅଧାରୁ ପାଠ ଛାଡ଼ିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ପୁଣିଥରେ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବେ ତାହା ସୁନିଶ୍ଚିତ କରିବା, ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ସେମାନେ ଯେପରି ଅଧାରୁ ବନ୍ଦ ନକରନ୍ତି ସେନେଇ ଆଲୋଚନା ହୋଇଥିଲା । ୫-ଟିରେ ରୂପାନ୍ତରଣ ହେବାପରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଘଟିଛି । ପରୀକ୍ଷା ସମ୍ବଦ୍ଧୀୟ, ନୂତନ ପଦ୍ଧତିରେ ପରୀକ୍ଷା, ସମସ୍ତେ ପରୀକ୍ଷା ଦେବାକୁ ପଦକ୍ଷେପ ନିଆଯିବ, ଫାଇଟ୍-ଟି ରୂପାନ୍ତରୀକରଣରେ କେଉଁ ସୁବିଧା ମିଳିଛି ଆଉ କ’ଣ ଆବଶ୍ୟକ ରହିଛି ସେନେଇ ରିପୋର୍ଟ ଦାଖଲ କରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଶିକ୍ଷକ ଡ. କାଳୀପଦ ଦାସଙ୍କ ସଂ·ଳନା ଓ ପ୍ରଧାନ ଶିକ୍ଷକ ସନତ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦାମୋଦର ଜେନା, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର, ବିଷ୍ଣୁମୋହନ ବେହେରା, ଅଜୟ କୁମାର ନାୟକ, ମନୋଜ କୁମାର ନାୟକ ଓ ଲକ୍ଷ୍ମୀଧର ପତି ପ୍ରମୁଖ ମଞ୍ଚାସୀନ ହୋଇଥିବା ବକ୍ତବ୍ୟ ରଖିଥିଲେ । ଶେଷରେ ବଂଶୀଧର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply