ତିହିଡି, ୧୦/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଭାଟପଡାରେ ଶନିବାର ପୂର୍ବାହ୍ନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ତିହିଡଇ କାଳୀପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଗମନାଗମନ ଆଦି ପ୍ରତି ନବୀନ ସରକାର ସଚେତନ ଅଛନ୍ତି । ରାଜ୍ୟର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଗଢିବା ଠାରୁ ରାଜ୍ୟରେ ସାମଗ୍ରୀକ ଉନ୍ନତି ହେବାରେ ଲାଗିଛି । ମାଆକୁ ସମ୍ମାନ ଆଉ ଗାଁକୁ କାମ ଠାରୁ ପୁଣି ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ବହୁ ଯୋଜନା ପ୍ରଣୟନ କରିଛି ବିଜେଡି ସରକାର । ସେହିପରି ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ପରିବାର ପୋଷଣ କରିବାରେ ସକ୍ଷମ ହୋଇ ପାରିଛନ୍ତି । ପଞ୍ଚାୟତ ସ୍ତରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସୁଗମ ପରିବହନ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଲକ୍ଷ୍ମୀ ଯୋଜନା, ଆହାର ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଉଥିବା ଅନୁଦାନ ରାଶି ଯୋଜନା ପ୍ରମୁଖ ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳର ରୂପରେଖ ବଦଳାଇଛି ବୋଲି ସଭାରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପଞ୍ଚାୟତରେ ଥିବା ମହିଳା ଗୋଷ୍ଠୀଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଷ୍ଟଲ ଗୁଡ଼ିକ ପ୍ରଦର୍ଶିତ କରିଥିଲେ । ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥିଭାବେ ବିଧାୟକଙ୍କ ଧର୍ମପତ୍ନୀ ଋତୁପୂର୍ଣ୍ଣା ସ୍ରୋତସ୍ୱିନୀ ରାଉତରାୟ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା ଓ ସିନେ୍ଦାଳ ସରପଞ୍ଚ ସୁପ୍ରଭା ପାଣି, ବିଜେଡି ଜିଲ୍ଲା ଉପସଭାପତି ରଘୁନାଥ ପଣ୍ଡା, ସମ୍ପାଦକ କମଳାକାନ୍ତ ଲେଙ୍କା, ପ୍ରବୀର ନାୟକ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, କିର୍ତ୍ତନ ରାଉତ, ଭରତ ମହାପାତ୍ର, ଶରତ ଦାସ, ନାରୀନେତ୍ର କଳ୍ପନା ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀନବନ୍ଧୁ ପାତ୍ର ଓ ଜିଆଏସ ଆଦିତ୍ୟ ଜେନା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଦେବୀପ୍ରସାଦ ପତି, ନରେନ୍ଦ୍ର ବାରିକ, ଗୋଲେକ ପ୍ରସାଦ ଜେନା, ତାରାକାନ୍ତ ଜେନା, ସର୍ବେଶ୍ୱର ନାୟକ, ପ୍ରେମସିନ୍ଧୁ ନାୟକ, ସେକ୍ ଇବ୍ରାହିମ୍, ସୁଚିସ୍ମିତା ସାହୁ ଓ କଲ୍ୟାଣୀ ଦାସ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ । ଞ୍ଚ
