Odisha news

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ, ସିଧା ପ୍ରସାରଣ ଦେଖିଲେ ତିହିଡିବାସୀ

0

ତିହିଡି, ୧୭/୦୧(ଯଦୁମଣି ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ଉକ୍ତ ଉତ୍ସବକୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ପ୍ରତି ପଞ୍ଚାୟତ ସ୍ତରରେ ପୁରୀରୁ ସିଧା ପ୍ରସାରଣ ଜରିଆରେ ଓଡିଶାବାସୀ ଦେଖିବାର ସୁଯୋଗ ପାଇଛନ୍ତି । ବିଶ୍ୱର ବଡ ଠାକୁର କାଳିଆ ସାଆନ୍ତ, କୋଟି କୋଟି ଓଡିଆଙ୍କ ହୃଦୟର ମଉଡମଣି, ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭୁ ଜଗନ୍ନାଥ ମନ୍ଦିରର ଉକ୍ତ ପରିକ୍ରମା ପ୍ରକଳ୍ପ ହେବାପରେ ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ମନ୍ଦିର ·ରିପଟେ ଆନନ୍ଦରେ ପରିକ୍ରମା କରିବାର ସୁଯୋଗ ପାଇବେ ଭକ୍ତ । ପୂର୍ବାପେକ୍ଷା ଶ୍ରୀମନ୍ଦିର ପରିସର ଏବେ ପ୍ରଶସ୍ତ ହୋଇ ଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଏହା ସଫଳ ହୋଇ ପାରିଥିବା ଆୟୋଜିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ତିହିଡି ବ୍ଲକ କାଳୀପଡିଆସ୍ଥିତ ଉତ୍ସବରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ମତପ୍ରକାଶ କରିଥିଲେ । ବିଡିଓ ଜ୍ୟୋତିର୍ମୟ କରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ଉତ୍ସବରେ ବ୍ଲକର ଅତିରିକ୍ତ ବିଡିଓ ମାନସ ଜେନା, ଜିପିଇଓ ତଥା ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ସୁମତୀ ସେଠୀ, ପ୍ରାକ୍ତନ ସରପଞ୍ଚ କୀର୍ତ୍ତନ ରାଉତ, ମୁଖ୍ୟ କିରାଣୀ ରୁନା ସୁନା, କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ମନରେଗା ସହକାରୀ ସୁଧାଂଶୁ ନାୟକଙ୍କ ସମେତ ବ୍ଲକର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଖପାଖ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏହି ଅବସରରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁବାସ ଦାଶ ଓ ତାଙ୍କ ସହଯୋଗୀ ମାନେ ଭଜନ ପରିବେଷଣ କରିଥିଲେ । ସେହିପରି ସିନେ୍ଦାଳ ପଞ୍ଚାୟତ ପକ୍ଷରୁ ଏମଇ ସ୍କୁଲରେ ଆୟୋଜିତ ଉତ୍ସବରେ ପ୍ରବଚନ, ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ସରପଞ୍ଚ ସୁପ୍ରଭା ପାଣି, ସମିତି ସଭ୍ୟ ନକୁଳ ଚରଣ ବାରିକଙ୍କ ସମେତ ୱାର୍ଡ ସଭ୍ୟ ଏବଂ ଶହ ଶହ ପଞ୍ଚାୟତବାସୀ ଉପସ୍ଥିତ ଥିଲେ । ସେହିପରି ମଙ୍ଗଳପୁର ପଞ୍ଚାୟତ ପକ୍ଷରୁ ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ସମିତି ସଭ୍ୟା ତଥା ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ରା ଶତପଥିଙ୍କ ନେତୃତ୍ୱରେ ପଞ୍ଚାୟତବାସୀ ପୁରୀରୁ ଲୋକାର୍ପଣର ଉତ୍ସବର ସିଧା ପ୍ରସାରଣ ଦେଖିବାର ସୁଯୋଗ ପାଇଛନ୍ତି ।

Leave A Reply