Odisha news

କରୋନା କବଳରୁ ମୁକ୍ତି ପାଇଁ ସଚେତନତା ଶୋଭାଯାତ୍ରା

0

ତିହିଡି (ଯଦୁମଣି ପାଣିଗ୍ରାହୀ ) : ତିହିଡି ବ୍ଲକ ଅନ୍ତର୍ଗତ ସିନେ୍ଦାଳ ଓ ମଙ୍ଗଳପୁର ପଞ୍ଚାୟତ ପ୍ରତିନିଧିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମ·ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀମାନଙ୍କ ପକ୍ଷରୁ କରୋନା ସମ୍ବଳିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରା କମାରିଆ ବଜାରରୁ ବାହାରି ଆରୁହ ଛକ ପର୍ଯ୍ୟନ୍ତ ଯାଇଥିଲା । ସର୍ବଦା ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ଆବଶ୍ୟକ ସ୍ଥଳେ ବାହାରକୁ ବାହାରିବା, ସାମାଜିକ ଦୂରତା ରକ୍ଷା କରିବା ସହିତ ସରକାରଙ୍କ କରୋନା କଟକଣାକୁ ମାନିବା ଆଦି ବିଭିନ୍ନ ପ୍ରକାରର ଫ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ କରାଯାଇଥିଲା ।

ସିନେ୍ଦାଳ ପଞ୍ଚାୟତ ଆରୁହା ଛକରେ ପର୍ଯ୍ୟାୟକ୍ରମେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସ୍ଥାନୀୟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ମାତ୍ର ସେଠାକାର ଲୋକମାନେ ପ୍ରଶାସନର କଟକଣାକୁ ମାନୁନଥିବାରୁ ଏପରି ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ସିନେ୍ଦାଳ ସରପଞ୍ଚ ବୈକୁଣ୍ଠନାଥ ପାଣି, ମଙ୍ଗଳପୁର ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚ ପ୍ରତାପ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ଅନିରୁଦ୍ଧ ବାରିକ, ସ୍ୱାସ୍ଥ୍ୟ ସୁପରଭାଇଜର ଅମରେନ୍ଦ୍ର ପୃଷ୍ଟି, ସ୍ୱାସ୍ଥ୍ୟ କର୍ମୀ ପଦ୍ମାବତୀ ରାଉତ, ଅଙ୍ଗନୱାଡି କର୍ମୀ ପଙ୍କଜୀନି ସାହୁ, ସୁଶିଳା ପାଢୀ, ରଜନୀ ଦାସ, ଆରାଧନା ନାୟକ, ସଞ୍ଜୁକ୍ତା ନାୟକ, କୁନ୍ତଳା ମଳିକ, ଆଶାକର୍ମୀ ପ୍ରମିଳା ବାରିକ, ମାନସୀ ବାରିକ୍, କନକଲତା ମହାଳିକ, ବସୁମତୀ ମହାଳିକ, ସଂଧ୍ୟାରାଣୀ ନାୟକ, ସୁମିତ୍ରା ନାୟକ ଓ ପାର୍ବତୀ ସାହୁ ପ୍ରମୁଖ ୪୦ରୁ ଉର୍ଦ୍ଧ କର୍ମକର୍ତ୍ତା ସାମିଲ ହୋଇଥିଲେ ।

Nalco
Leave A Reply