ତିହିଡି (ଯଦୁମଣି ପାଣିଗ୍ରାହୀ ): ତିହିଡି ତହସିଲ କାଁପଡା ପଞ୍ଚାୟତ ଅଧିନ କାଁପଡାବିନ୍ଧା ଗାଁରେ ଅଗ୍ନିକାଣ୍ଡ ଘଟିଥିବା ସୁଚନା ମିଳିଛି । ଏଥିରେ ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡି ଯାଇଥିବା ବେଳେ ଘର ଲୋକଙ୍କର କିଛି କ୍ଷତି ହୋଇନଥିବା ଜଣାଯାଇଛି । ସୂଚନା ମୁତାବକ, ଶୁକ୍ରବାର ଦିବା ପ୍ରାୟ ୧୨.୩୦ ସମୟରେ ସର୍ବେଶ୍ୱର ମଳିକଙ୍କ ପୁଅ ଶଶିକାନ୍ତ ମଳିକ ଗ୍ୟାସରେ ମାଛ ଭାଜୁଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କିର ରେଗୁଲେଟର ଠାରୁ ନିଆଁ ବାହାରିଥିଲା । ନିମିଷକ ମଧ୍ୟରେ ନିଆଁ ·ରିଆଡେ ବ୍ୟାପୀ ଯାଇଥିଲା ।
ଶଶିକାନ୍ତ ନିଜ ପ୍ରାଣ ବଞ୍ଚାଇବାକୁ ଯାଇ ତୁରନ୍ତ ରୋଷେଇ ଘରୁ ପଳେଇ ଆସିଥିଲେ । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବ ପତ୍ର, ନଗଦ ଟଙ୍କା ଓ ଅଳଙ୍କାର ଜଳି ଯାଇଥିବା ସୂଚନା ମିଳିଛି । ତିହିଡି ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚô ନିଆଁକୁ ଆୟତ୍ତ କରିଥିବା ବେଳେ ବିପନ୍ନଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।
