Odisha news

ଚୁଲି ନିଆଁରୁ ଅଗ୍ନିକାଣ୍ଡ, ୭ ଗୋରୁ ଜୀବନ୍ତ ଦଗ୍ଧ

ତିହିଡ଼ି, ୧୮/୧୦, ତିହିଡି ତହସିଲ ଅନ୍ତର୍ଗତ ସାହାପୁର ପଞ୍ଚାୟତର କଣ୍ଡରାଗଢିଆ ଗାଁରେ ଶଙ୍କର୍ଷଣ ମିଶ୍ରଙ୍କ ଗୁହାଳ ଘରେ ଗତ୧୭ ତାରିଖ ବିଳମ୍ବିତ ରାତିରେ ନିଆଁ ଲାଗି ୭ ଗୋରୁ ଜୀବନ୍ତ ହୋଇଥିବା ଜଣାଯାଇଛି । ଶ୍ରୀ ମିଶ୍ରଙ୍କ ପରିବାର ରବିବାର ରାତିରେ ଚୁଲିରେ ରୋଷେଇ ସାରି ଖାଇପିଇ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୨ଟା ୩୦ ବେଳେ ଚୁଲିରୁ ନିଆଁ ଉଠିି ପାଖରେ ଥିବା ଗୁହାଳ ଘରେ ଲାଗି ଯାଇଥିଲା । ନିମିଷକ ମଧ୍ୟରେ ନିଆଁ ଗୁହାଳ ଘର ସାରା ବ୍ୟାପୀ ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, କିଛି କ୍ଷଣ ମଧ୍ୟରେ ସବୁକିଛି ପୋଡି ଛାରଖାର ହୋଇଯାଇଥିଲା । ଗାଁ ଲୋକ ଓ ଅଗ୍ନିଶମ ଗାଡି ପହଞ୍ଚିବା ପୂର୍ବରୁ ଗୁହାଳ ଭିତରେ ଥିବା ଗୋରୁ ମାନେ ଜୀବନ୍ତ ପୋଡି ଯାଇଥିଲେ । ଦମକଳ ଗାଡି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁକିଛି ନଷ୍ଟ ହୋଇଯାଇଥିଲା ।

Nalco

Comments are closed.