Odisha news

ଡେଙ୍ଗୁ ଜ୍ବରର ଲକ୍ଷଣ ଓ ଆୟୁର୍ବେଦରେ ଏହାର ଚିକିତ୍ସା

ଆଜିକାଲି ପ୍ରାୟ ସମସ୍ତେ ବିଭିନ୍ନ ପ୍ରକାରର ଜ୍ଵର ଦ୍ଵାରା ଆକ୍ରାନ୍ତ ହେଉଛନ୍ତି । ସେହିଭଳି ଡେଙ୍ଗୁ ଜ୍ବରରେ ମଧ୍ୟ ଅଧିକାଂଶ ଲୋକ ପୀଡିତ ହେଉଛନ୍ତି । ଡେଙ୍ଗୁ ମଶା ଦିନରେ କାମୁଡି ଥାଆନ୍ତି । ଡେଙ୍ଗୁ ଜ୍ବରର କେତୋଟି ସାଧାରଣ ଲକ୍ଷଣ ଦେଖିବାକୁ ମିଳିଥାଏ । ଏହିସବୁ ଲକ୍ଷଣକୁ ଦେଖିଲେ ଡାକ୍ତର ଙ୍କୁ ପରାମର୍ଶ କରିବା ଆବଶ୍ୟକ । ତଥାପି ଆୟୁର୍ବେଦ ଅନୁସାରେ କିଛିଟା ଘରୋଇ ଉପଚାର ଦ୍ଵାରା ମଧ୍ୟ ଡେଙ୍ଗୁ ରୋଗୀ ନିଜର ଚିକିତ୍ସା କରି ପାରିବେ ।
ଲକ୍ଷଣ : ହାଇ ଟେମ୍ପରେଚର୍ ହେଉଛି ଡେଙ୍ଗୁ ଜ୍ବରର ପ୍ରଥମ ଲକ୍ଷଣ । ତା ସହିତ ମୁଣ୍ଡ ଅଧିକ ମାତ୍ରାରେ ଯନ୍ତ୍ରଣା ହୋଇଥାଏ । ଆଖି ଯନ୍ତ୍ରଣା ଓ ପୋଡ଼ିବା , ବାନ୍ତି ଲାଗିବା , ଶରୀର ଶୁଖିଲା ଲାଗିବା ଓ ରକ୍ତରୁ ପେଟ୍ ଲେଟ୍ସ କମିବା ହେଲା ଡେଙ୍ଗୁର ପ୍ରାଥମିକ ଲକ୍ଷଣ ।
ଯଦି ଆପଣ ରକ୍ତ ପରୀକ୍ଷା କରିବା ପରେ ଜାଣିଛନ୍ତି ଯେ ଆପଣଙ୍କ ପେଟ୍ଲେଟ୍ସ ସ୍ତର କମୁଚି ତେବେ ନିମ୍ନ ଲିଖିତ ଜିନିଷକୁ ନିୟମିତ ଭାବରେ ସେବନ କରିବା ଉଚିତ୍ ।
– ଡାଳିମ୍ବ ରସ , ଗହମ ର ଜ ରସ , ଅମୃତଭଣ୍ଡା ପତ୍ରର ରସ , ଘୃତ କୁମାରୀ ରସ , ଛେଳି ଦୁଗ୍ଧ ଓ ପଇଡ ପାଣି ଇତ୍ୟାଦି ସେବନ କରିବା ଆବଶ୍ୟକ ।
– ଯଦି ଡେଙ୍ଗୁ ରୋଗୀଙ୍କ ର ନିୟମିତ ବାନ୍ତି ହେଉଛି ତେବେ ଡାଳିମ୍ବ ଓ ଲେମ୍ବୁ ରସକୁ ମିଶାଇ ସେବନ କରିବା ଉଚିତ୍ ।
– ଗହମ ର ଜଅ ରସ ନୂଆ ରକ୍ତ ପ୍ରସ୍ତୁତ କରିଥାଏ । ତେଣୁ ନିୟମିତ ଭାବରେ ଏହାକୁ ସେବନ କରିବା ଉଚିତ୍ ।
– ଡେଙ୍ଗୁ ଜ୍ବରରେ ଅମୃତ ଭଣ୍ଡା ପତ୍ରର ରସ ଖୁବ୍ ଉପଯୋଗୀ । ଏହା ପେଟ୍ଲେଟ୍ସ କୁ ବୃଦ୍ଧି କରିଥାଏ । ନିୟମିତ ଭାବରେ ଦିନକୁ ୨ଥର ସେବନ କରିବା ଉଚିତ୍ ।

 

ଏସବୁ ଅପନେଇବା ଆଗରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ  

Nalco

Comments are closed.