Odisha news

ବିଧାୟକଙ୍କ ଦ୍ୱାରା ରକ୍ତଦାନ ଶିବିର ଓ ସ୍କୁଲର ନୂତନ ଶ୍ରେଣୀ ଗୃହ ଉଦଘାଟିତ

ତିହିଡ଼ି : ତିହିଡି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟରର ଆନନ୍ଦପ୍ରସାଦ ସିନେ୍ଦାଳ ପଞ୍ଚାୟତ ସହଯୋଗ ହାଇସ୍କୁଲ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିର ଓ ହାଇସ୍କୁଲର ଏକ ନୂତନ ଶ୍ରେଣୀ ଗୃହ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମଙ୍ଗଳପୁର ପଞ୍ଚାୟତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଓ ଓଡିଶା-ମୋ ପରିବାର ଆନୁକୂଲ୍ୟରେ ରବିବାର ପୂର୍ବାହ୍ଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରାଉତରାୟ ଉପସ୍ଥିତ ହୋଇ ପ୍ରଥମେ ରକ୍ତଦାନ ଶିବିର ଓ ପରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ନୂତନ ଶ୍ରେଣୀ ଗୃହକୁ ଉଦଘାଟନ କରିଥିଲେ । ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ବରିଷ୍ଠ ବିଜେଡି ନେତା ହରିହର ସେନାପତି, ବିଧାୟକଙ୍କ ପ୍ରତିନିଧି ବିଜୟ ନାୟକ, ବିଜେଡି ନେତା ସୁରେନ୍ଦ୍ର ନାୟକ, ସରପଞ୍ଚ କୀର୍ତ୍ତନ ରାଉତ, ପ୍ରଦୀପ ପଣ୍ଡା, ବୈକୁଣ୍ଠନାଥ ପାଣି, ହରିହର ଲେଙ୍କା, ସମିତିସଭ୍ୟ ଅନିରୁଦ୍ଧ ବାରିକ, ଉତ୍ତମ ମହାପାତ୍ର, ପ୍ରବୀର ନାୟକ ଓ ହାଇସ୍କୁଲର ପ୍ରଧାନଶିକ୍ଷକ ଭକ୍ତବନ୍ଧୁ ପତି ପ୍ରମୁଖ ଉପସ୍ଥିତ ଥିଲେ । ବାସନ୍ତୀଲତା ରାଉତ, ରବିନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳ, ରବିନ୍ଦ୍ର ଜେନା ଓ ବାବାଜୀ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମୋଟ ୧୦୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । କମଳାକାନ୍ତ ଲେଙ୍କା, ପ୍ରଦୀପ ଦାସ, ରାଜେନ୍ଦ୍ର ବଳ, ବିପିନ ଦାସ, ପ୍ରଶାନ୍ତ ବାରିକ, ଅମ୍ଳାନ ପାଣି, ଉମାକାନ୍ତ ସେଠୀ, ଦୀନବନ୍ଧୁ ଦାସ, ମହେଶ୍ୱର ଦାସ, ହରିହର ମଳିକ, ନିତ୍ୟାନନ୍ଦ ବେହେରା, କୈଳାସ ଦାସ, ନିତ୍ୟାନନ୍ଦ ବେହେର. ସେକ ଅବଦୁଲ କଲାମ, ଆଜାଦ ଖାନ ଓ ଶେଖ ଫିରୋଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ପରେ ବିଧାୟକ ଶ୍ରୀ ରାଉତରାୟ ଇନ୍ଦ୍ରିୟାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । ଅପରାହ୍ଣରେ କୋହ୍ଲ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ।

Ad2

Comments are closed.