ରାୟଗଡା : ରାୟଗଡା ଜିଲ୍ଲାରେ ଅବସ୍ଥିତ ବିଭିନ୍ନ କଳକାରଖାନାର ରାସାୟନିକ ପଦାର୍ଥ ଜେବିତ୍ତ ବହିର୍ଭୁତ ଆକସ୍ମିକ ଦୁର୍ଘଟଣାକୁ ପ୍ରତିରୋଧ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ରାୟଗଡା ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଆରୋକ୍ଷୀ ଅଧିକ୍ଷକ ବିଭେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ସମନାଥ ପ୍ରଧାନ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।
ଜିଲ୍ଲାପାଳ ମିଶ୍ର ଶିଳ୍ପାନୁଷ୍ଠାନ ଗୁଡ଼ିଜ ପକ୍ଷରୁ ନିର୍ଦ୍ଧାରିତ ଅଫ ସାଇଟ ଇମାର୍ଜେନସି ପ୍ଲାନ ଗୁଡିକର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱଆରୋପ କରିବା ସହିତ ଶିଳ୍ପାନୁଷ୍ଠାନ ଗୁଡିକ ନିୟମିତ ଭାବରେ ନିଜ ନିଜର ଷ୍ଟୋରେଜ ସାଇଟର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ। କଳକାରଖାନା ବାହାରେ ବସବାସ କରୁଥିବା ଲୋକମାନେ ଦୁର୍ଘଟଣାରେ ଯେପରି ପ୍ରଭାବିତ ନହୁଅନ୍ତି ସେଦିଗରେ ଆନୁସାଙ୍ଗିକ ପଦ୍ଦକ୍ଷେପ ନେବାକୁ କର୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଫାକ୍ଟ୍ରି ଓ ବୋଇଲେର ସହକାରୀ ନିର୍ଦ୍ଧେଶକ ଆରକେ ନାୟକ ସମେତ ଜିଲାରେ ଅବସ୍ଥିତ କଳକାରଖାନାର କର୍ତୃପକ୍ଷ ଯଥା ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ଥେରୁବାଲି, ଭାର୍ଦ୍ଧମାନ ଖେମିକାଲର କର୍ମଚାରୀମାନେ ଯୋଗଦେଇଥିଲେ ।

Comments are closed.