Odisha news

ବ୍ଳକ କାର୍ଯ୍ୟାଳୟରେ ଶ୍ରମିକ ସଙ୍ଗଠନର ବିକ୍ଷୋଭ ପ୍ରତିବାଦ ସଭା

ତିହିଡ଼ି : ତିହିଡି ବ୍ଲକ କାର୍ଯାଳୟ ସାମ୍ନାରେ ମଙ୍ଗଳବାର ଜିଲ୍ଲା ଶ୍ରମିକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଛି । ସଙ୍ଗଠନର କର୍ମକର୍ତ୍ତାମାନେ ଶୋଭାଯାତ୍ରାରେ ଯାଇ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେମାନେ ବିକ୍ଷୋଭ କରିବା ପରେ ଜିଲ୍ଲା ସଭାପତି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ହୋଇଥିଲା । ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଆବାସ ମିଳୁ ନଥିବାରୁ ରାଜ୍ୟ କିମ୍ବା କେନ୍ଦ୍ରୀୟ ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରାଯିବା, ଗୃହ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କିସ୍ତି ପ୍ରଦାନ, ବିନା ଲାଇସେନ୍ସରେ ବ୍ଲକ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକା କାର୍ଯ୍ୟ ଯୋଗାଇ ଦିଆଯିବା, ମନରେଗା ମେସିନ ବନ୍ଦ କରାଯିବା ସହ ଜବକାର୍ଡ ମାଧ୍ୟମରେ ସମସ୍ତ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦିଆଯିବା ଆଦି ଦାବି ଉପରେ ବକ୍ତାମାନେ କହିଥିଲେ । ଜିଲ୍ଲା ସଂପାଦକ ମନୋଜ ନାୟକ, ଦୁର୍ଯ୍ୟୋଧନ ବେହେରା, ଅମୀୟ କୁମାର ନାୟକ, ଆରତି ଜେନା, ବାମଦେବ ନାୟକ, ଅକ୍ଷୟ କୁମାର ଓଝା, ପର୍ଶୁରାମ ମଣ୍ଡଳ, କମଳାକାନ୍ତ ମୁଦୁଲି, ସୂର୍ଯ୍ୟ ନାରାୟଣ ସେନାପତି, ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ । ପରେ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୭ ଦଫା ସମ୍ବଳିତ ଦାବି ପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଥିଲା ।

Comments are closed.