ତିହିଡି,୨୩/୦୪: ତିହିଡି ଦୀନଦୟାଲ ଭବନ ପରିସରରେ ଶୁକ୍ରବାର କବି ବିଶ୍ୱାନାଥ ନାୟକଙ୍କ କବିତା ପୁସ୍ତକ ‘ଧୂନ’ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଆୟାଜିତ ସଭାକୁ କବି ତଥା ଗୀତିକାର ପଞ୍ଚାନନ ନାୟକ ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ କବି ଡ. ସେନାପତି ପ୍ରଦୁ୍ୟମ୍ନକେଶରୀ ଯୋଗଦେଇ କବିଟିଏ ଛଳନାକୁ ବାଦ୍ ଦେଇ ନିଖୁଣ ବାସ୍ତବତାକୁ ନିଜ ସୃଷ୍ଟିରେ ପ୍ରତିଫଳିତ କରାଇବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଚନ୍ଦ୍ରଭାଗାର ସଂପାଦକ କବି ଶ୍ରୀଦେବ, ସମ୍ମାନୀତ ବକ୍ତାଭାବେ ବରିଷ୍ଠ କଥାକାର ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, କବି ଦିବ୍ୟସିଂହ ଦାସଅଧିକାରୀ, କବି କେଦାର ମିଶ୍ର, କବି ଭାରତ ମାଝି ଓ କବି ତଥା ସଂପାଦକ ସୁବ୍ରତ ଦାସ ଯୋଗ ଦେଇ କବି ମାନେ ପୁସ୍ତକ ସହିତ ମଣିଷକୁ ପଡିବା ଆବଶ୍ୟକ ବୋଲି କହିଥିଲେ ।
ଅତିଥିମାନେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦଘାଟନ କରିବା ସହିତ ଧୂନକୁ ଉନ୍ମୋଚିତ କରିଥିଲେ । କବି ସଞ୍ଜିତ କୁମାର ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉନ୍ମୋଚିତ ପୁସ୍ତକ ସମ୍ପର୍କରେ କବି ବିଶ୍ୱନାଥ ନାୟକ ଓ କବି ବାଦଲ ମହାନ୍ତି ଆଲୋଚନା କରିଥିଲେ । କବି ନର୍ମଦା ନୀଳୋତ୍ପଳା ଉନ୍ମୋଚିତ କବିତା ସଙ୍କଳନରୁ କବିତା ପାଠ କରିଥିଲେ । କବି ଡ. ଅବନୀ ପ୍ରଧାନ, ସିତାଂଶୁ ଲେଙ୍କା, ଯୋଗ୍ୟଶ୍ରୀ ସାମଲ, ସତ୍ୟ ସାହୁ, ପ୍ରଦୀପ୍ତ ମହାନ୍ତି, ପୁଷ୍ପାଞ୍ଜଳି ତ୍ରିପାଠୀ, ରୋଜାଲିନ ରାଉତ, ରବିକୁମାର ମହାନ୍ତି, ବାଇଧର ନାୟକ, ଆଶୁତୋଷ କରଣ, ଭଗବାନ ପାଣିଗ୍ରାହୀ, ଶିକ୍ଷାବିତ୍ ସୋମନାଥ ପାଢୀ, ସମାଜସେବୀ ସୁରେନ୍ଦ୍ର ନାୟକ, ରୁବିଲତା ଦାସ, ଭାଗିରଥି ବଳ ପ୍ରମୁଖ ଉପସ୍ଥିତ ଥିଲେ । କବି କୃପା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କବି ରଘୁନାଥ ପାତ୍ର, କବି ମନୋଜ ପାଣିଗ୍ରାହୀ, କାହ୍ନୁ ମିଶ୍ର, କେଶବ ବେହେରା ଓ ଭବାନୀ ଆଚାର୍ଯ୍ୟ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ ।
