Odisha news

କୋରାପୁଟ ଜିଲ୍ଲାରେ ଧିରେ ଧିରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି : ସୋମବାର ସୁଦ୍ଧା ଖୋଲବ ଜୟପୁର କୋବିଡ଼ ହସ୍ପିଟାଲ

0
ଜୟପୁର / ବୋରିଗୁମ୍ମା (କେ.ସାକିଲି ଦୋରା)–କରୋନାର ଦ୍ବିତୀୟ ଲହର ଦ୍ରୁତଗତିରେ ସଂକ୍ରମଣ କରୁଛି। ଯାହାର ପ୍ରଭାବ କୋରାପୁଟ ଜିଲ୍ଲା ଉପରେ ବି ପଡୁଥିବା ଦେଖିବାକୁ ମିଳିଛି। ଏମିତି ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କୋରାପୁଟ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦେଖି ଜୟପୁର କୋଭିଡ୍ ହସ୍‌ପିଟାଲକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ସେ ନିଷ୍ପତ୍ତ ନିଆଯାଇଛି। ହସ୍‌ପିଟାଲ୍ ଆସନ୍ତା ସୋମବାର ସୁଦ୍ଧା ଖୋଲିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଚିକିତ୍ସାରେ ଯେମିତି ଅବହେଳା ନ ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି।ଆଜି ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୫୮ ରହିଛି। ତନ୍ମଧ୍ୟରୁ ଜୟପୁର ପୌରପାଳିକା ରେ ୧୫ ଜଣ, ସୁନାବେଡା ପୌରପାଳିକା ରେ ୧୨ ଜଣ, କୋରାପୁଟ ପୌରପାଳିକା ରେ ୮ ଜଣ, କୋରାପୁଟ ବ୍ଲକରେ ୭ ଜଣ ଓ ସେମିଳିଗୁଡା ବ୍ଲକରେ ୬ ଜଣ ଆକ୍ରାନ୍ତ ରହିଛନ୍ତି।  ଏଥିସହ ସମସ୍ତ ସଂକ୍ରମିତଙ୍କୁ ଯେଭଳି ଅକ୍ସିଜେନ୍ ସଠିକ ଭାବେ ମିଳିବ ସେ ନେଇ ବ୍ୟବସ୍ଥା କରାଯାଉଛି।
ଜୟପୁର କୋଭିଡ୍ ହସ୍‌ପିଟାଲ ପରିସରରେ ଆଜି କୋଭିଡ୍ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ସଂକ୍ରମିତ ଆସିଲେ କିଭଳି ଚିକିତ୍ସା ଓ ହସ୍‌ପିଟାଲ ପକ୍ଷରୁ କେମିତି ସେବା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯାଇଥିଲା। ପୂର୍ବରୁ ଜୟପୁର କୋଭିଡ୍ ହସ୍‌ପିଟାଲରେ ୧୫୦ଟି ଶଯ୍ୟା ରହିଥିବା ବେଳେ ୧୦ଟି ଆଇସିୟୁ ଶଯ୍ୟା ରହିଥିଲା। କିନ୍ତୁ ସଂକ୍ରମଣର ଦ୍ରୁତଗତିକୁ ଦେଖି ଏବେ ଆଇସିୟୁ ଶଯ୍ୟା ସଂଖ୍ୟା ୩୦କୁ ବୃଦ୍ଧି କରାଯିବ। ଏଥିସହ ପୂର୍ବରୁ ସମସ୍ତ ଶଯ୍ୟାରେ ଅକ୍ସିଜେନ୍ ସୁବିଧା ନଥିବା ବଳେ ଏଥର ସମସ୍ତ ଶଯ୍ୟା ପାଇଁ ଅକ୍ସିଜେନ୍‌ ସୁବିଧା କରାଯିବା ଆସନ୍ତା ସୋମବାର ସୁଦ୍ଧା କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଚାଲିଥିବା କୋଭିଡ୍ ହସ୍‌ପିଟାଲ୍ ଏଏମ୍ ଡାକ୍ତର ଆଶିଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଡାକ୍ତରପାଣିଗ୍ରାହୀ କହିଛନ୍ତି,ଆରମ୍ଭରୁ ସମସ୍ତ ଶଯ୍ୟା ବ୍ୟବହାର କରାଯିବ ନାହିଁ। ଯେଉଁ ସଂଖ୍ୟାରେ ସଂକ୍ରମିତ ବୃଦ୍ଧି ପାଇବେ ସେହି ଅନୁଯାୟୀ ଶଯ୍ୟା ସଂଖ୍ୟାକୁ ବଢ଼ାଯିବ। ଏ ନେଇ କଟକ ଏସ୍‌ସିବି ମେଡିକାଲ କଲେଜରୁ ୩ଜଣ ଡାକ୍ତର ଆସିଥିବା ବେଳେ କୋଟପାଡ଼, ଲମତାପୁଟ, କୁନ୍ଦୁଲି, କୁନ୍ଦୁରା, ବୋରିଗୁମ୍ମାରୁ ଡାକ୍ତର ଆସିବେ। ପ୍ରଥମେ ୬ଜଣ ଡାକ୍ତରଙ୍କୁ ନିୟୋଜିତ କରାଯିବ।
ପରବର୍ତ୍ତୀ ସମୟରେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏଥିସହ କୋଭିଡ୍ ହସ୍‌ପିଟାଲରେ ନିୟୋଜିତ ଥିବା ମେଡିକାଲ୍ କର୍ମଚାରୀ ଓ ପାରା ମେଡିକାଲ ଷ୍ଟାଫ୍ ହସ୍‌ପିଟାଲ ପାର୍ଶ୍ଵରେ ଥିବା ବିକ୍ରମ ଦେବ କଲେଜ ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି। ସଂକ୍ରମଣ ବଢ଼ିବା ଯୋଗୁଁ ପାରାବେଡାରେ ଥିବା କୋଭିଡ୍ କେୟାର ସେଣ୍ଟରକୁ ପୁନଃକାର୍ଯ୍ୟକ୍ଷମ କରାଯାଇଛି ବୋଲି ଡା. ପାଣିଗ୍ରାହୀ କହିଛନ୍ତି। ସେଠାରେ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି । ଏଥିସହ ଜୟପୁର ସହର ପାଇଁ ଗୋଟିଏ ରାପିଡ୍ ରେସପନ୍ସ ଟିମ୍ କରାଯାଇଛି। ଏହି ଟିମ୍ ସହରର ପ୍ରତିଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କୁ ଭେଟି ହୋମ୍ ଆଇସୋଲଲେସନରେ ରହିବେ କି କୋବିଡ଼ କେୟାର ସେଣ୍ଟରକୁ ଯିବେ ସ୍ବାସ୍ଥ୍ୟ ଯାଞ୍ଚ ପରେ ନିଷ୍ପତ୍ତି ନେଉଛନ୍ତି। ହୋମ୍ ଆଇସୋଲେସନରେ ରହିଲେ ଔଷଧ ଯୋଗାଇ ଦିଆଯାଉଛି ଓ ସ୍ଵାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝୁଛନ୍ତି। ଆଜିର ପରିଚାଳନା ବୈଠକରେ ଡା. ପାଣିଗ୍ରାହୀଙ୍କ ସମେତ କୋଭିଡ୍ ହସ୍‌ପିଟାଲ ପରାମର୍ଶଦାତା ଡା. ବି. ଜୟବାବୁ, ଭେଷଜ ବିଶେଷଜ୍ଞ ଡା. ଭୂପତି ଭୂଷଣ ଜେନା ଓ ବହୁ ଡାକ୍ତର ଯୋଗ ଦେଇଥଲ। 
Nalco
Leave A Reply