Odisha news

କୋହ୍ଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତିହିଡି,୦୧/୦୪: ତିହିଡି ବ୍ଲକ ଅଧିନ କୋହ୍ଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ସ୍କୁଲରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ପ୍ରଧାନଶିକ୍ଷକ ନୃସିଂହ ଚରଣ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଢ, ମୁଖ୍ୟବକ୍ତା ଭାବେ ଓଷ୍ଟାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବବ୍ରତ ତି୍ରିପାଠୀ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ସରପଞ୍ଚ ପ୍ରଦୀପ କୁମାର ସାହୁ, ଏସଏମଡିସି ସଭ୍ୟ ସଞ୍ଜିତ କୁମାର ବଳ, ଗୌରାଙ୍ଗ ଜେନା ଓ ଜ୍ଞାନ ପ୍ରକାଶ ମାହୁନ୍ତ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ଛାତ୍ରବତ୍ସଳତା ଆଦି ଗୁଣ ଉପରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଛାତ୍ର ଦେବେନ୍ଦ୍ର ସାମଲ, କମଳାକାନ୍ତ ପଣ୍ଡା, ସୁନୀଲ ରାଉତ, ରବି ନାରାୟଣ ସେନାପତି, ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ, ମନମୋହିନୀ ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏସଏମଡିସି ସଭ୍ୟ ବିଳାସିନୀ ପାଣିଗ୍ରାହୀ, ବିଚିତ୍ର ବାରିକ, ଶଶିକାନ୍ତ ସାହୁଙ୍କ ସମେତ ଶିକ୍ଷୟିତ୍ରୀ ରୋଜାଲିନ ବଳ, ଗୀତାଞ୍ଜଳି ରଥ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶିକ୍ଷକ ବିଶ୍ୱରଞ୍ଜନ ପଣ୍ଡା ଦେବଶର୍ମା ଅତିଥି ପରିଚୟ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ସାହୁ ଧନ୍ୟବାଦ ଦେଇଥିଲେ ।

Comments are closed.