ତିହିଡି,୧୮/୦୩: ତିହିଡି ବ୍ଲକ ଅଧିନ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ଗ୍ରାମର ଉଦୀୟମାନ ଯୁବ ଚାଷୀ ସତ୍ୟଜିତ ବଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଖେଳପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ ଓ ଜିଲ୍ଲସ୍ତରୀୟ କୃଷି ପ୍ରଦର୍ଶନୀରେ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମନ୍ୱିତ ଚାଷ ଓ ଚାଷୀଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ସରକାରଙ୍କ ପକ୍ଷରୁ ଆରବିଆଇର ଆଞ୍ଚଳିକ ନିଦେ୍ର୍ଦଶକ ହୃଦାନନ୍ଦ ପଣ୍ଡା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର, ଉପାୟନ ସହିତ ତାଙ୍କୁ ପ୍ରୋତ୍ସାହିତ ରାଶି ପ୍ରଦାନ କରାଯାଇଛି । ପ୍ରକାଶ ଯେ, ସତ୍ୟଜିତ ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଡାଇରି ଫାର୍ମ କରି ଆତ୍ମ ନିର୍ଭରଶୀଳ ହୋଇଛନ୍ତି । ଏହଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋପାଳକ ମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରି ଆସିଛନ୍ତି । ଏହାବ୍ୟତୀତ ମକ୍କା, ବିଭିନ୍ନ ପ୍ରକାର ଘାଷ ଓ ଜିଆ ଖତ ପ୍ରସ୍ତୁତି କରି ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ତାଙ୍କୁ ସହଯୋଗ କରିବା ସହ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଉଛି । କିଛି ଦିନ ପୂର୍ବେ ଜିଲ୍ଲାପାଳ ଡ.ଜ୍ଞାନ ଦାସ, ବିଡିଓ ବସନ୍ତ କୁମାର ସାହାଣୀଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ତାଙ୍କ ଡାଇରି ଫାର୍ମ ପରିଦର୍ଶନ କରି ଭୂୟସି ପ୍ରଶଂସା କରିଥିଲେ ।

Comments are closed.