ତିହିଡି,୦୩/୦୩: ତିହିଡି ବ୍ଲକ ସୟା ପଞ୍ଚାୟତ ଅଦôନ ବାଲିଚତୁରି ଗାଁର ସରକାରୀ ରାସ୍ତାକୁ କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି । ଗ୍ରାମରେ ବୈଠକ ବସି ସେହି ବ୍ୟକ୍ତି ମାନଙ୍କୁ ରାସ୍ତା ଅବରୋଧ ମୁକ୍ତ କରିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମାନେ ଏହାକୁ ଅବମାନନା କରୁଛନ୍ତି । ଏଥିରେ ଅସନ୍ତୋଷ ପ୍ରକାଶ କରି ବୁଧବାର ଗ୍ରାମର କିଛି ବ୍ୟକ୍ତି ତହସିଲଦାରଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ କରିଛନ୍ତି । ଗ୍ରାମର ଆଶିଷ ଗୋପାଳ ରାଉଳ, ସୌମ୍ୟଗୋପାଳ ନାୟକ, ଜନ୍ମେଞ୍ଜୟ ମଲ୍ଲିକ, ଅରୂପା ନାୟକ ପ୍ରମୁଖ ତହସିଲଦାରଙ୍କୁ ଭେଟିଥିଲେ । ବାଲିଚତୁରି ମୌଜାର ଖାତା ନଂ-୨୦୫, ପ୍ଲଟ ନଂ-୪୫୨, ୨୮୩ରେ ଥିବା ଜାଗାକୁ ଅବରୋଧ କରାଯାଇଥିବା ସେମାନେ ଦର୍ଶାଇବା ସହ ଅବରୋଧ ମୁକ୍ତ ନିମନ୍ତେ ପଦକ୍ଷେପ ନେବାକୁ ଦାବି କରିଛନ୍ତି