କୋଣାର୍କ : ନିମାପଡା -ଗୋପ ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ଫିସରି ହାଚେରୀ ପରିସରରେ ବୁଧବାର ସକାଳ୯.୧୫ମିନିଟ ରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ବିଜୁଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ (ବବି) ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ନିମାପଡା, ଗୋପ ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ସାଙ୍ଗଠନିକ ବ୍ୟବସ୍ଥା ଓ ପ୍ରଶିକ୍ଷଣ ଶିବିରକୁ ଶ୍ରୀ ଦାସ ବେଶ ଉଚ୍ଚ ପ୍ରଶଂସା କରିବା ସହିତ ଓଡ଼ିଶାରେ ଆଗମୀ ଦିନରେ ହେବାକୁ ଥିବା ସାଙ୍ଗଠନିକ ବିଜୁ ଜନତା ଦଳ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ନିମାପଡା ନିର୍ବାଚନ ମଣ୍ଡଳୀ ରୁ ଶୁଭାରମ୍ଭ କରାଗଲା ବୋଲି ପ୍ରକାଶ କରିବା ସହ ମାନ୍ୟବର ମନ୍ତ୍ରୀ ତଥା ନିର୍ବାଚନ ମଣ୍ଡଳୀର ନେତା ସମୀର ରଞ୍ଜନ ଦାଶ ଙ୍କ ଦୃଢ ସଂଗଠନ ବଳରେ ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ବିଜୟ ଧାରା ଜାରିରଖିଛି ।ଆଗାମୀ ଦିନରେ ଦଳ ଏଠାରେ ଆହୁରି ଶକ୍ତିଶାଳୀ ହେବ ବୋଲି ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଶ୍ରୀ ଦାସ ଦୃଢ଼କ୍ତି ପ୍ରକାଶ କରିଥିଲେ । ପ୍ରଥମେ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ପୂର୍ବରୁ ମାନ୍ୟବର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସକାଳ ୭ ଟାରେ ଦଳୀୟ କର୍ମୀମାନଙ୍କ ସହ ଚନ୍ଦ୍ରଭାଗା ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ପାରମ୍ଭରେ ନିମାପଡା, ଗୋପ ସମେତ ପୁରୀ ଜିଲ୍ଲା ଓ ଓଡ଼ିଶାରେ କାର୍ଯ୍ୟ କରିଥିବା କରୋନା ଯୋଦ୍ଧା ମାନଙ୍କୁ କୃତଜ୍ଞତାର ପ୍ରସ୍ତାବ ଗ୍ରହଣ ପୂର୍ବକ ନିର୍ବାଚନ ମଣ୍ଡଳୀର ଦିବଂଗତ ବିଜେଡି ଦଳର ନେତୁତ୍ୱ ପ୍ରଶନ୍ନ କୁମାର ମହାନ୍ତି,ଭ୍ରମରବର ପ୍ରଧାନ, ଜୟଚନ୍ଦ୍ର ସାହୁ, ଗୌରାଙ୍ଗ ଚରଣ ସାହୁ, ସ୍ଥିତପ୍ରଜ୍ଞା ହୋତା ,ନେତ୍ରାନନ୍ଦ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ,ପରେ ଅନ୍ୟତମ ଅତିଥିଭାବରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ , ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଓଡ଼ିଶା ଆ.ଇ.ଏସ. ଡି. ଅଧ୍ୟକ୍ଷା ଶୁଭଶ୍ରୀ ଦାସ ଯୋଗ ଦେଇ ଦୃଢ ସଂଗଠନ ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ ଦଳ ପ୍ରତି ନୀତି ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଯାହା ଦ୍ବାରା ପ୍ରତ୍ୟେକ କର୍ମୀ ଜଣେ ଜଣେ ଭଲ ଲିଡ଼ର ହୋଇପାରିବ ବୋଲି ଆମନ୍ତିତ ଅତିଥିମାନେ ପ୍ରକାଶ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ପ୍ରଶିକ୍ଷଣ ଶିବିର ମାଧ୍ୟମରେ ରାଜନୈତିକ ଚିଠା ପ୍ରସ୍ତାବ ,ସାଙ୍ଗଠନିକ ଚିଠା ପ୍ରସ୍ତାବ ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ପ୍ରସ୍ତାବ ଓ ମହିଳାମାନଙ୍କ ଚିଠା ପ୍ରସ୍ତାବ ସର୍ଵସମ୍ମତି କ୍ରମେ ପାରିତ ହୋଇଥିଲା ଅପରାହ୍ନ ଅଧିବେଶନରେ ଅତିଥିଭାବେ ମାନ୍ୟବର ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ,ରାଜ୍ୟ ବିଜେଡି ଯୁବ ଓ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଯୁବକ ମାନେ କ୍ରିୟାଶୀଳ ହେଲେ ରାଜ୍ୟର ପ୍ରଗତି ହୋଇ ପାରିବ ବୋଲି ଆହ୍ୱାନ ଦେଇଥଲେ ।ପରେ ଯୁବ ଛାତ୍ରଙ୍କ ରାଜନୈତିକ ଚିଠା ଗୃହୀତ ହୋଇଥିଲା ।
ଏହି ପ୍ରଶିକ୍ଷଣ ଶିବିରରେ ନିମାପଡା -ଗୋପ ନିର୍ବାଚନ ମଣ୍ଡଳୀର ସମସ୍ତ ୪୬ ଗ୍ରାମ ପଞ୍ଚାୟତ ଓ ନିମାପଡା ଏନଏସି ର ଦଳୀୟ ସଭାପତି, ପର୍ଯ୍ୟବେକ୍ଷକ ୫ଜଣିଆ ମହିଳା ,ଓ ଯୁବ ସଂଗଠନ ,ଦଳିତ ସଂଖ୍ୟାଲଘୁ ,କୃଷକ ସେଲର ମୁଖ୍ୟଙ୍କ ସମେତ ବ୍ଲକ ,ନଗର ଓ ଜିଲ୍ଲା କମିଟିର ସଭ୍ୟ ମାନଙ୍କ ସହ ପ୍ରାୟ ୧୭୮୦ ଜଣ ଦଳୀୟ କର୍ମୀ କାର୍ଯ୍ୟକ୍ରମ ରେ ସାମିଲି ହୋଇଥିଲେ ।ଏହି ପ୍ରଶିକ୍ଷଣ ଶିବିର ଗୁରୁବାର ଦିନ ପର୍ଯ୍ୟନ୍ତ ଚାଲୁରହିବ ଏବଂ ଏହି ଦିନ ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦୦ ବୁଦ୍ଧିଜୀବୀ ଯୋଗ ଦେଇ ଦଳକୁ ମାର୍ଗ ଦର୍ଶନ ଦେବେବୋଲି ଶିବିରର ଆୟୋଜକ ତଥା ନିମାପଡା -ଗୋପ ନିର୍ବାଚନ ମଣ୍ଡଳୀର ନେତା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିବା ସହ ଗୁରୁବାର ଅଧିବେଶନ ଆରମ୍ଭ ପୁର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଆମସମସ୍ତ ଙ୍କର ପ୍ରିୟ ନେତା ନବୀନ ପଟ୍ଟନାୟକ ଭିଡିଓ କନଫରନ୍ସ ଜରିଆ ରେ ଆମ୍ଭ ମାନଙ୍କୁ ବାର୍ତ୍ତା ଦେବେ ବୋଲି ସେ ପ୍ରକାଶ କରିଥିଲେ