ବେଲଗୁଣ୍ଠା , 03/03, ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ ହେଉଥିଲେ ଦିନ କୌଣସି ନା କୌଣସି କାରଣରୁ ପିଲାଙ୍କ ନିକଟରୁ ମାନବିକତା ହଜିଯିବାରେ ଲାଗିଛି I ଫଳରେ କୋମଳମତି ଛାତ୍ର ଛାତ୍ରୀ ମାନେ ମଧ୍ୟ ଛୋଟ ଛୋଟ କଥାରେ ପ୍ରତିହିଂସା ପରାୟଣ ହୋଇ ନିଜ ସହପାଠୀଙ୍କୁ ମଧ୍ଯ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହାନ୍ତି I ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଂ ହାଇସ୍କୁଲରେ I ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ ଥଟ୍ଟାମଜାକୁ କେନ୍ଦ୍ର କରି ଜଣେ ଛାତ୍ରର ଛୁରା ମାଡ଼ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସୂଚନା ପ୍ରକାରେ ବଡବୋରସିଂ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ଚାରି ଜଣ ଛାତ୍ର ମଙ୍ଗଳବାର ଦିନ ଥଟ୍ଟା ମଜା କରୁଥିବା ସମୟରେ ସେମାନଙ୍କ ମଧ୍ୟରୁ ସୁଜିତ୍ ନାୟକଙ୍କ ପୁଅ ଅମିତ୍ ନାୟକଙ୍କ ଥଟ୍ଟାରେ ବୁଲୁ ଭୋଳଙ୍କ ପୁଅ ଶୁଭମ୍ ଭୋଳ ରାଗିଯାଇଥିଲେ ।
ଆଜି ସକାଳ 11 ଘଣ୍ଟା ସମୟରେ ସବୁଦିନ ଭଳି ସମସ୍ତେ ସ୍କୁଲକୁ ଯାଇଥିଲେ । ସେଠାରେ ଗତ କାଲିର ରାଗ ରଖି ଶୁଭମ୍ ଭୋଳ ଛାତ୍ର ଅମିତ ନାୟକର ପେଟକୁ ଏକ ଛୁରା ସାହାଯ୍ୟରେ ଅମିତଙ୍କ ପେଟକୁ ଆକ୍ରମଣ କରିଥିଲା । ଅମିତ୍ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଅମିତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ଶୁଭମ୍ କୁ ଅଟକ ରଖି ପଚରାଉଚରା କରିବା ସମୟରେ ଗାନ୍ଧୀ ଭୋଳର ପୁଅ ନନ୍ଦନ ଭୋଳ ଶୁଭମ୍ କୁ ଛୁରା ଦେଇଥିବା ବେଳେ ଏଥିରେ ଆଉ ଜଣେ ସାଙ୍ଗ ସହଯୋଗ କରିଥିବା ସୂଚନା ପାଇଛି I ଘଟଣାସ୍ଥଳରେ ପୋଲିସ୍ କିଛି ଛାତ୍ର ଛାତ୍ରୀ, ସ୍ଥାନୀୟ ଲୋକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି I ଘଟଣା ନେଇ ଶୁଭମ୍ ର ବାପା ସୁଜିତ୍ ଙ୍କ ଲିଖିତ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ 294/324/506/307 ଆଇପିସି ଧାରା ଅନୁଯାୟୀ କେଶ୍ ନମ୍ବର୍ 79/21 ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା କଥା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି I