Odisha news

ନନ୍ଦନକାନନରେ ପାଳିତ ହେଲା ବିଶ୍ୱବନ୍ୟପ୍ରାଣୀ ଦିବସ

0

ବାରଙ୍ଗ,୩/୩ :  ପ୍ରାଣିଉଦ୍ୟାନ ନନ୍ଦନକାନନରେ ବୁଧବାରଦିନ ବିଶ୍ୱବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି ।ଏସିଏଫ ଅମୁଲ୍ୟକୁମାରପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଟାନିକାର୍ଲ ଗାର୍ଡେନ ଏସିଏଫ ବନମାଳିସାହୁ ,ଶିକ୍ଷାଅଧିକାରୀ ମିଲନକୁମାରପଣ୍ଡା ସହଯୋଗ କରିଥିଲେ ।ବନ୍ୟଜନ୍ତୁ ମାନଙ୍କର ମନୁଷ୍ୟସମାଜ ପାଇଁ ଆବଶ୍ୟକତା ଓ ସେମାନଙ୍କର ସୁରକ୍ଷା,ବଂଶବୃଦ୍ଧି ,ବିଲୁପ୍ତ ହୋଇଆସୁଥିବା ଜୀବଜନ୍ତୁ ମାନଙ୍କ ବିଷୟରେ ଆସିଥିବା ପର୍ଯ୍ୟଟକମାନଙ୍କୁ ସଚେତନ କରାଯାଇଥିଲା ।ଏହିଅବସରରେ ଏକ ଦସ୍ତଖତ ଅଭିଯାନ ପର୍ଯ୍ୟଟକମାନଙ୍କୁ ନେଇ କରାଯାଇଥିଲା । ପରେ ବନ୍ୟଜନ୍ତୁମାନଙ୍କୁ ନେଇ କରାଯାଇଥିବା କୁଇଜ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Govt
Leave A Reply