ନିମାପଡା,୩ା୩ା :ନିମାପଡା ଏନ୍ଏସିର ଅଣ୍ଢିଆ ଓ ପାଟପୁର ବୃହତ ମୈାଜା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଦୁଇ ମୈାଜାର ଚକବନ୍ଦୀ କାର୍ଯ୍ୟ ଶେଷ ହୋଇ ପାରିନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି ।ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଦୁଇ ମୈାଜାର ଚକବନ୍ଦୀ କାର୍ଯ୍ୟ କେବେ ଫଇସଲା ହେବ କାହା ପାଖରେ ସଠିକ ଉତର ନାହିଁ ।ନିମାପଡାରେ ଏକ ଚକବନ୍ଦୀ କାର୍ଯ୍ୟାଳୟ ଥିଲେ ମଧ୍ୟ ତାହା କୋମାରେ ଚାଲିଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି ।ଚକବନ୍ଦୀ ସମସ୍ୟାର ସମାଧାନ କରାଯାଇ ଏହି ଦୁଇ ମୈାଜାର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବା ନିମନ୍ତେ ବିଜେପି ନଗର ମଣ୍ଡଳ ପକ୍ଷରୁ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି ।ଦଳ ପକ୍ଷରୁ ସ୍ଥାନୀୟ ଜୟଶ୍ରୀ ଛକ ଠାରୁ ଏକ ଶୋଭାଯାତ୍ରା ବାହାରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଧାରଣା ସ୍ଥଳରେ ପଂହଚିଥିଲା । ।ନିଜ ନିଜର ଜମି ପଟ୍ଟା ନପାଇ ଏହି ଦୁଇ ମୈାଜାର ବାସିନ୍ଦା ଜାତିଗତ ପ୍ରମାଣପତ୍ର,ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହୋଇ ଭୁମିହୀନ ଭଳି ବହୁ ଅବହେଳିତ ଅବସ୍ଥାରେ ଜୀବନ ବିତାଉଥିବା ବିଜେପି ନେତାମାନେ ଅଭିଯୋଗ କରିବା ସହିତ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଛନ୍ତି ।ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବୀ ପତ୍ର ତହସିଲଦାର ରାମଚନ୍ଦ୍ର ଜେନାଙ୍କୁ ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।ଏଥିରେ ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା,ରାଜ୍ୟ ଅନୁସୁଚିତ ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରଭଞ୍ଜନ ମହାପାତ୍ର,ନଗର ମଣ୍ଡଳ ସଭାପତି ଦିଲ୍ଲୀପ ପାତ୍ର,ପୂର୍ଣ୍ଣଚନ୍ଦ୍ର ସାହୁ,ମାନସ ପ୍ରଧାନ ,କୃଷ୍ଣ ସାହୁ,ମୀନଲତା ମହାନ୍ତି ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳର ମହିଳା,ପୁରୁଷ କର୍ମୀ ଏବଂ ଦୁଇ ମୈାଜାର ବାସିନ୍ଦା ସାମିଲ ହୋଇଥିଲେ