ତିହିଡି,୦୩/୦୩: ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଧବାର ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଏହି କ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳର ୧ଶହ ବରିଷ୍ଠ ନାଗରିକ ଉପସ୍ଥିତ ହୋଇ ଟିକା ନେଇଥିଲେ । ସକାଳ ଠାରୁ ଅପରାହ୍ଣ ୫ଟା ଯାଏଁ ଏହି ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ମେଡିକାଲ ଅଫିସର ଡା. ଶୁଭକାନ୍ତ ଓଝାଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ କର୍ମଚାରୀ ବିପ୍ଳବ ରଞ୍ଜନ ପତିଙ୍କ ଉପସ୍ଥିତିରେ ଭେକ୍ସିନେଟର ସ୍ୱାଗତିକା ମଲ୍ଲିକ ଓ ବିଜୟିନୀ ବେହେରା ଟିକାରଣ କରିଥିଲେ । ବ୍ଲକର ସମସ୍ତ ଅଞ୍ଚଳର ବରିଷ୍ଠ ନାଗରିକ ମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି କୋଭିଡ ଟିକାକରଣ କରିବାକୁ ମେଡିକାଲ ଅଫିସର ଡା. ଓଝା ସୂଚନା ଦେଇଛନ୍ତି ।