Odisha news

ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡି ଯୁବକ ଗିରଫ

0

ତିହିଡି,୨୫/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅଧିନ ମିର୍ଜାପୁର ଗାଁର ଜଣେ ଯୁବକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡି ଗୀରଫ ହୋଇଥିବା ଜଣାଯାଇଛି । ଗିରଫ ହୋଇଥିବା ଯୁବକଙ୍କ ନାଁ ରାଜେଶ ଓଝା । ପ୍ରକାଶ ଯେ, ରାଜେଶ ଫତେପୁର ଗାଁର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଛାଡିବା ସଂକ୍ରାନ୍ତରେ ଯୁବତୀଙ୍କ ବାପା ଜାଣିବାକୁ ପାଇଥିଲେ । ପରେ ସେ ଏଥିନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଘଟଣାର ସତ୍ୟତା ଥିବା ଜାଣି ଏକ ମାମଲା ନଂ-୩୭/୨୧ ରୁଜୁ କରିବା ସହ ରାଜେଶକୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଥାନା ସୂତ୍ରରୁ ଜଣାଯାଇଛି ।

Govt
Leave A Reply