Odisha news

ମନ୍ତ୍ରୀ ଅରୁଣ ସାହୁଙ୍କ ଗସ୍ତକୁ ବିରୋଧ କଲା ବିଜେପି

0

ରାୟଗଡା : ୭୨ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ଅରୁଣ କୁମାର ସାହୁ, ମାନ୍ୟବର ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ରାୟଗଡା ଗସ୍ତରେ ଆସି ପହଞ୍ଚିଛନ୍ତି । ମନ୍ତ୍ରୀଙ୍କ ଗସ୍ତକୁ ରାୟଗଡା ବିଜେପି ଘୋର ବିରୋଧ କରିଛି । କାଳେ କଳା ପତାକା ଦେଖାଇ ଦିଆଯିବ ବୋଲି ପୋଲିସ ନାକେଦମ ହୋଇଥିଲା । କିନ୍ତୁ କୌଣସି ବ୍ୟକ୍ତି କଳା ପତାକା ଦେଖାଇ ନଥିବାବେଳେ ସୁରକ୍ଷା ବଳୟ ମଧ୍ୟରେ ମନ୍ତ୍ରୀ ସର୍କିଟ ହାଉସରେ ପହଞ୍ଚିଗଲେ । ସେଠାରେ ବିଜେଡ଼ି ତରଫରୁ ସ୍ୱାଗତ କରାଯାଇଥିବା ବେଳେ ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥଇଲା । ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ମନ୍ତ୍ରୀ ଅରୁଣ ସାହୁଙ୍କ ରାୟଗଡା ଗସ୍ତକୁ ଘୋର ବିରୋଧ କରିଥିଲେ । କୁନି ଝିଅ ପରୀ ହତ୍ୟାକାଣ୍ଡ ମାମଲରେ ଅରୁଣ ସାହୁ ସଂପୃକ୍ତ ଅଛନ୍ତି । ଏ ନେଇ ତଦନ୍ତ ହୋଇଥିଲେ ମଧ୍ୟ ସରକାର ନୈତିକତା ଦୃଷ୍ଟିରୁ ମନ୍ତ୍ରୀଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଯାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଶ୍ରୀପଟ୍ଟନାୟକ ଅଭିଯୋଗ କରିଛନ୍ତି । ଜଣେ ମନ୍ତ୍ରୀଙ୍କକ ଉପରେ ହତ୍ୟାକାଣ୍ଡ ଭଳି ସଙ୍ଗିନ ଅଭିଯୋଗ ଆସିଛି । ତେଣୁ ତାଙ୍କୁ କିପରି ଆମ୍ଭର ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ରାଜ୍ୟ ସରକାର ରାୟଗଡାଙ୍କୁ ପଠାଇଛନ୍ତି ସେ ନେଇ ଆପତ୍ତି ଉଠାଇଥିଲେ ଶ୍ରୀପଟ୍ଟନାୟକ । ପରୀ ପାଇଁ ଆଜି ମଧ୍ୟ ନ୍ୟାୟ ଭିକ୍ଷା କରୁଛୁ । ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟ ଅତିଥିକରି ରାୟଗଡା ଜିଲ୍ଲାକୁ ପଠାଇ ଏଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡିବାକୁ କାହିଁକି ଚେଷ୍ଟା କରୁଛନ୍ତି ସରକାର ବୋଲି ମଧ୍ୟ ପଶ୍ନ କରିଛି ବିଜେପି । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତି ବଦଳାଇ ମନ୍ତ୍ରୀ ଶ୍ରୀସାହୁଙ୍କୁ ଓହରାଇ ଅନ୍ୟ କାହାକୁ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଦାୟିତ୍ୱ ଦେବାକୁ ବିଜେପି ଦାବୀ କରିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥି ବସନ୍ତ ଉଲ୍ଲାକା, ନଗର ସଭାପତି ଶ୍ୟାମ କୁମାର ଦାଶ, ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ନିଳାଦ୍ରୀ ବିହାରୀ ପାତ୍ର, ଉମେଶ ଖୋସଲା,ଲକ୍ଷମି ବୁରୁଡି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି ତରଫରୁ କପିଳାସ ଛକ ଠାରେ ମନ୍ତ୍ରୀଙ୍କ କୁଶପୁତଳିକା ଦାହକରି ବିଭିନ୍ନ ନାରାବାଜି ଦେଇଥିଲେ ବିଜେପି କର୍ମୀମାନେ ।

 

Leave A Reply