Odisha news

ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରକ୍ଷା ଓ ପରେ ପ୍ରତାରଣା : ଜଣେ ଅଭିଯୁକ୍ତ ଗିରଫ

0

ତିହିଡି,୨୩/୧୧(Jadumani Panigrahi) : ତିହିଡି ଥାନା ଅନ୍ତର୍ଗତ କନ୍ଦପୁର ଗାଁର ନିଜ ସାବତ ମାଆ ପାଖରେ ରହୁଥିବା ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସ୍ଥାନୀୟ ତରାଶୁଣି ଗାଁର ନିଧି ମଲ୍ଲିକ ନାମକ ଜଣେ ଯୁବକ ତା’ ସହିତ ଶାରୀରିକ ସଂପର୍କ ରକ୍ଷା କରିବା ପରେ ନାବାଳିକା ଜଣଙ୍କ ଅନ୍ତସତ୍ତ୍ୱା ହୋଇଥିଲା ।

ଏହା ଜାଣିବା ପରେ ସଂପୃକ୍ତ ଯୁବକ କୁଆଡେ ଫେରାର ହୋଇ ଯାଇଥିଲା । ପରେ ନିଧିଙ୍କର ଜଣେ ବନ୍ଧୁ ଦିଲୀପ ମଳିକ ସେହି ନାବାଳିକାଙ୍କୁ ମଧ୍ୟ ସମାନ ଭାବେ ପ୍ରଲୋଭିତ କରି ତା’ ସହିତ ଶାରୀରିକ ସଂପର୍କ ରକ୍ଷା କରିଥିଲା ଓ ପରେ ସେ ମଧ୍ୟ ତାକୁ ପ୍ରତାରିତ କରିଥିଲା । ଉଭୟ ଯୁବକଙ୍କ ଠାରୁ ନିରାଶ ହେବା ପରେ ନାବାଳିକାଙ୍କ ବାପା ଗତ ୧୦-୧୦-୨୦ରେ ଏଥିନେଇ ତିହିଡି ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏଥିନେଇ ଏକ ମାମଲା ନଂ-୪୦୧/୨୦ ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତେବେ ନିଧି ଆନ୍ଧ୍ରପ୍ରଦେଶର ଗୁଣ୍ଠୁରରେ ରହୁଥିବା ପୋଲିସ କୌଣସି ସୂତ୍ରରୁ ଜାଣିବା ପରେ ସେଠାକୁ ଯାଇ ତାକୁ ଗିରଫ କରି ତିହିଡି ଆଣିଥିଲା । ଆଜି ନିଧିଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଅନ୍ୟତମ ଅଭିଯୁକ୍ତ ଦିଲୀପ ଫେରାର ଥିବା ଜଣାଯାଇଛି । ଅନ୍ୟପକ୍ଷେ ସଂପୃକ୍ତା ନାବାଳିକା ଗତ ୧୪ ତାରିଖରେ ମାଆ ହୋଇଥିବା ଜଣାଯାଇଛି ।

Leave A Reply