Odisha news

ଅଦ୍ଭୁତ ଚୋରି : ରେଷ୍ଟୁରାଣ୍ଟ ରେ ପହଞ୍ଚି ଚୋର ଖାଇଲେ ପଲଉ , ଲୁଟି କି ହେଲେ ଫେରାର

ନୂଆଦିଲ୍ଲୀ : ଆମେ ଚୋରି ର ବିଭିନ୍ନ ଘଟଣା ସୁଣିଥାଉ , କିନ୍ତୁ ବେଳେ ବେଳେ ଏହି ଚୋରି ଏପରି ସ୍ଥିତି ସୃଷ୍ଟି କରିଥାଏ ଯାହା ଆମକୁ ଚିନ୍ତା କରିବା ପାଇଁ ବାଧ୍ୟ କରିଥାଏ । ସେହିଭଳି ଗୋଟିଏ ଘଟଣା ଭାରତର ପଡୋଶୀ ଦେଶ ପାକିସ୍ଥାନରୁ ଆସିଚି ।
ଚୋର ମାନେ ପ୍ରଥମେ ରେଷ୍ଟୁରାଣ୍ଟ କୁ ଗଲେ ଓ ସେଠାରେ ମନ ଭରି ପଲଉ ଖାଇଲେ , ତା ପରେ କୋଲ୍ଡ ଡ୍ରିଙ୍କସ ପିିଲେ । ଯେତେବେଳେ ମନ ଭରି ଗଲା ଚୋରି ଆରମ୍ଭ କରିଦେଲେ । ସେଠାରୁ ପାଖାପାଖି ୬୫ ହଜାର ଟଙ୍କା ଚୋରି କରି ଫେରାର ହୋଇ ଯାଇଥିଲେ ।
ଦୁଇ ଅପରାଧୀ ଗ୍ରାହକ ଭାବରେ ଗୋଟିଏ ମୋଟର ସାଇକେଲ ଜରିଆରେ ରେଷ୍ଟୁରାଣ୍ଟ କୁ ଆସିଥିଲେ । ଚୋର ମାନଙ୍କ ମଧ୍ୟରୁ ଜଣେ ବାହାରେ ଅପେକ୍ଷା କରିଥିଲା । ତାର ତିନିଜଣ ସାଥୀ ଭିତରକୁ ଆସିଥିଲେ , ସମସ୍ତ ଚୋର ମହିଳାଙ୍କ ଭଳି ସଲୱାର୍ ସୁଟ ପିନ୍ଧି ଥିଲେ । ଚୋର ମାନେ କରୋନା କାରଣରୁ ମାସ୍କ ମଧ୍ୟ ପିନ୍ଧି ଥିଲେ । ଚୋରି ଘଟଣା ଘଟିବା ପୂର୍ବରୁ ଚୋରମାନେ ପଲଉ ଅର୍ଡର ଦେଇଥିଲେ । ଏହାପରେ କୋଲ୍ଟ ଡ୍ରୀଙ୍କସ ଅର୍ଡର ଦେଇଥିଲେ । ଉଭୟ ମୋବାଇଲ୍ ବ୍ୟବହାର କରି ୪ ଆଡ଼କୁ ନଜର ରଖିଥିଲେ ।
ଏହାପରେ ସିସିଟିଭି ଫୁଟେଜ ରେ ଦେଖିବାକୁ ମିଳିଥିଲା ଯେ ଉଭୟ ଚୋର ଗୋଟିଏ ଡେଲିଭାରି ଵଏ କୁ ଆଲିଙ୍ଗନ କରି ତା ପ୍ୟାଣ୍ଟ୍ ପଛ ପକେଟ୍ ରୁ କିଛି ପଇସା ନେଇଥିଲେ ।
କିଛି ସମୟ ପରେ ଖାଦ୍ୟ ପରସୁ ଥିବା ବ୍ୟକ୍ତିଙ୍କ ସହିତ କ୍ୟାସ କାଉଣ୍ଟର ରେ ଠିଆ ହୋଇ ଟେବୁଲ୍ ଉପରେ ନିଜ ଫୋନ୍ ଛାଡ଼ି ଆସିଛନ୍ତି ଓ ଆଣିବାକୁ କହିଥିଲେ । ହୋଟେଲ ଟି ଭିଡ ଥିବା ହେତୁ କେହି ତାଙ୍କୁ ଧ୍ୟାନ ଦେଇ ନଥିଲେ । ଏହି ସମୟ ମଧ୍ୟରେ ସେମାନେ ପଇସା ଚୋରି କରି ଛୁ ମାରିଥିଲେ ।
Shares