Odisha news

NIA ର ଖୁଳସା : ଏଣ୍ଟିଲିଆ କେଶ୍ ସହିତ ଯୋଡି ହୋଇଥିବା ମାନସୁଖ ହିରେନ୍ ଙ୍କ ହତ୍ୟା ପାଇଁ ଏପଲ୍ ର ଫେସ୍ ଟାଇମ୍ ରୁ ଦିଆଯାଇଥିଲା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ‘ ଏଣ୍ଟିଲିଆ’ ର କିଛି ଦୂରରେ ଜବତ ହୋଇଥିବା ବିସ୍ଫୋଟକ ଭରା ସ୍କର୍ପିଓ ମିଳିବା ଓ ତାର ମାଲିକ ମନସୁଖ ହିରେନ୍ ଙ୍କ ହତ୍ୟା ମାମଲାରେ ନେସନାଲ ଇନଭେଷ୍ଟିଗେସନ ଇଯେନ୍ସି (NIA) ର ଚାର୍ଜସିଟ୍ ରୁ ପ୍ରଟେକ୍ ଦିନ ନୂଆ ନୂଆ ତଥ୍ୟ ବାହାରୁଛି । ୧୦ ହଜାର ଫର୍ଦ୍ଦ ର ଏହି ଚାର୍ଜ ସିଟ୍ ରେ ଲେଖା ଯାଇଛି ଯେ ମନ ସୁଖ ଙ୍କୁ ମାରିବା ପାଇଁ ଫେସ୍ ଟାଇମ୍ ଆପ୍ ରୁ ନିର୍ଦ୍ଦେଶ ଦିଆ ଯାଇଥିଲା ।
ଫେସ୍ ଟାଇମ୍ ଆକାଉଣ୍ଟ କୁ ISE #####@gmail.com ନାମକ ଜୀମେଲ୍ ଆଇଡି ରୁ ଆକ୍ଟିଭେଟ୍ କରାଯାଇ ଥିଲା । ଏହି ଆକାଉଣ୍ଟ ସହିତ କାହା ନାମ ଯୋଡ଼ା ହୋଇଛି ଓ ତାର ନାମ କଣ , ଏହା ଜାଣିବା ପାଇଁ NIA ଏପଲ କମ୍ପାନୀର ଲିଗାଲ ଟିମ୍ ସହିତ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲା । ଚାର୍ଜ ସିଟ୍ ଅନୁସାରେ ଏପାଲ୍ NIA କୁ ଦେଇଥିବା ତଥ୍ୟ ଅନୁସାରେ ଏହି ଫେସ୍ ଟାଇମ୍ ଆକାଉଣ୍ଟ ର ପ୍ରଥମ ନାମ କୁରକୁରେ ଓ ଶେଷ ନାମ ବାଲାଜୀ ଅଟେ ।
ଚାର୍ଜସିଟ୍ ରେ ଏହମଧ୍ୟା କୁହାଯାଇଛି ଯେ ମୁମ୍ବାଇ ର ପୂର୍ବ ପୋଲିସ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ କାମ କରୁଥିବା ଜଣେ କର୍ମଚାରୀ ନିଜ ବୟାନ ରେ NIA କୁ କହିଛନ୍ତି ଯେ ପରମ୍ ବିର୍ ଙ୍କ ର ଆଇ ଫୋନ ର ଆଇଡି ର ପ୍ରଥମ ନାମ ମଧ୍ୟ କୁର୍କୁରେ ଥିଲା ଓ ଶେଷ ନାମ ବାଲାଜୀ ଥିଲା । ତେଣୁ ଏହି ଖୁଲାଶା ପରେ ପରମ୍ ବିର ଙ୍କ ଉପରେ ସନ୍ଦେହ ଆହୁରି ଘନୀଭୂତ ହୋଇ ଯାଇଛି । ଯାଞ୍ଚ ରେ ଏହାମଧ୍ୟା ଜଣା ପଡ଼ିଛି ଯେ ପରମ୍ ବିର କିଛି ଦିନ ପୂର୍ବରୁ ଗୋଟିଏ ଆଇ ଫୋନ କିଣିଥିଲେ । ଚାର୍ଜ ସିଟ୍ ରେ ଏହା ମଧ୍ୟ କୁହାଯାଇଛି ଯେତେ ବେଳେ ଯାଞ୍ଚ ଚାଲିଥିଲା ସେତେବେଳେ ପରମ୍ ବିର ଙ୍କ ଅଫିସ୍ ରେ ଗୋଟିଏ କୂର୍କୁରେ ରଖା ଯାଉଥିଲା । ଯାହା ଦ୍ଵାରା ଆଇଡି ପ୍ରସ୍ତୁତ ହୋଇଥିଲା
Shares