ହିମାଂଶୁ ଶେଖର ଆ·ର୍ଯ୍ୟ : ଦାରିଦ୍ର୍ୟ ମାନବର ଏକ ଦୁଃଖଦ ଅବସ୍ଥା । ଜୀବନ ଧାରଣ, ସ୍ୱାସ୍ଥ୍ୟ ରକ୍ଷା ତଥା ଦକ୍ଷତା ବୃଦ୍ଧି ପରି ସର୍ବନିମ୍ନ ମୋ÷ଳିକ ଆବଶ୍ୟକତା ପୁରଣର ଅକ୍ଷମତାହିଁ ଦାରିଦ୍ର୍ୟତା । ପ୍ରକାରାନ୍ତରେ କହିଲେ ସ୍ଥାୟୀ ବା ଅସ୍ଥାୟୀ ଭାବେ ଯେତେବେଳେ ଜଣେ ଲୋକ ନିଜର ତଥା ତା ପରିବାରର ସଦସ୍ୟମାନେ କାର୍ଯ୍ୟକ୍ଷମ ଭାବେ ବଞ୍ଚିବା ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହରୁ ବଞ୍ଚିତ ହୋଇଥାଏ ତାକୁ ଆମେ ଦରିଦ୍ର୍ୟ ବୋଲି କହିବା । ଏହା ତାଙ୍କର ଶାରୀରିକ ତଥା ମାନସିକ ଦକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହି ଦାରିଦ୍ର୍ୟ ସାରା ବିଶ୍ୱର ଏକ ପ୍ରମୁଖ ସମସ୍ୟା ।
କ୍ରମାଗତ ଭାବେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଉଥିଲେ ମଧ୍ୟ ବିଶ୍ୱରେ ଦାରିଦ୍ର୍ୟତାର ପ୍ରଭାବ ଅତୁଟ ରହିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାଫଲ୍ୟ ହାସଲ କରିଥିବା ସତ୍ତ୍ୱେ ଏକ ଦାରିଦ୍ର୍ୟ ମୁକ୍ତ ବିଶ୍ୱ ପରିକଳ୍ପନା ଏବେବି ଏକ ଆହ୍ୱାନ ହୋଇ ରହିଛି ।
ଏହି କଥାକୁ ଲକ୍ଷ୍ୟ ରଖି ୧୯୮୭ରୁ ପ୍ରତିବର୍ଷ ଅକ୍ଟୋବର ୧୭ ତାରିଖରେ ପାଳିତ ହେଉଛି ଆନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ । ଦାରିଦ୍ର୍ୟ, କ୍ଷୁଧା, ହିଂସା ଓ ଭୟ ଦୂର କରିବା ଏହି ଦିବସ ପାଳନର ମୁଖ୍ୟ ଉଦେ୍ଦଶ୍ୟ । ଦାରିଦ୍ର୍ୟକୁ ଦୁଇଟି ଦୃଷ୍ଟି କୋଣରୁ ବିଚାର କାରାଯାଇଥାଏ । ପ୍ରଥମତଃ ଚରମ ବା ଉକôଟ ଦାରିଦ୍ର୍ୟ ଓ ଦ୍ୱିତୀୟତଃ ଆପେକ୍ଷିକ ଦାରିଦ୍ର୍ୟ । ଯେଉଁ ଲୋକ ବଞ୍ଚି ରହିବା ପାଇଁ ଜୀବନର ମୋ÷ଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ ସେମାନଙ୍କ କ୍ଷେତ୍ରରେ ଚରମ ବା ଉକôଟ ଦାରିଦ୍ର୍ୟ ଦେଖାଯାଏ ବୋଲି କୁହାଯାଏ । ସର୍ବନିମ୍ନ ଖାଦ୍ୟ, ବସ୍ତ୍ର, ବାସଗୃହ ଭିତ୍ତିରେ ଚରମ ଦାରିଦ୍ର୍ୟତା ନିର୍ଣ୍ଣୟ ହୋଇଥାଏ ।
ଏଗୁଡିକର ନିରୂପିତ ମୂଲ୍ୟଠାରୁ କମ ଖର୍ଚ୍ଚ କରିଥିବା ଲୋକମାନଙ୍କୁ ଦାରିଦ୍ର୍ୟର ସୀମାରେଖା ତଳେ ଅଛନ୍ତି ବୋଲି ଧରାଯାଏ । ଆପେକ୍ଷିକ ଦାରିଦ୍ର୍ୟର ଅର୍ଥ ଭିନ୍ନ । ଯେତେବେଳେ ଦୁଇ ଜଣ ବ୍ୟକ୍ତି ବା ଦୁଇ ଗୋଷ୍ଠୀର ଲୋକମାନଙ୍କର ଆର୍ଥିକ ସ୍ଥିତିକୁ ନେଇ ତୁଳନା କରାଯାଏ, ସେତେବେଳେ ଆମେ ଆପେକ୍ଷିକ ଦାରିଦ୍ର୍ୟ କଥା କହିଥାଉ । ତେଣୁ ଆପେକ୍ଷିକ ଦାରିଦ୍ର୍ୟ କହିଲେ ଆୟର ବୈଷମ୍ୟକୁ ବୁଝାଏ ।
ପରିସଂଖ୍ୟାନରୁ ଜଣାଯାଏ, ସାରା ବିଶ୍ୱରେ ଏବେବି ୧.୩ ବିଲିୟନ ବା ୨୨ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ରହିଛନ୍ତି । ଚରମ ଦାରିଦ୍ର୍ୟ ରହିଥିବା ଦେଶ ମଧ୍ୟରେ ନାଇଜେରିଆରେ ୮୬.୯ ପ୍ରତିଶତ, କଙ୍ଗୋରେ ୬୦.୯ ପ୍ରତିଶତ ଲୋକ ଉକôଟ ଦାରିଦ୍ର୍ୟରେ ରହିଥିବାର ଜଣାଯାଏ । ସେହିପରି କମ୍ ଦାରିଦ୍ର୍ୟ ଥିବା ଦେଶ ମାନଙ୍କ ମଧ୍ୟରେ କତ୍ତାର, ମକାଓ, ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶମାନେ ରହିଛନ୍ତି । ସେହିପରି ମୋଟ ଜାତୀୟ ଉତ୍ପାଦକୁ ହିସାବକୁ ନେଲେ ଆମ ଦେଶ ଭାରତର ସ୍ଥାନ ୧୨୪ ରେ ରହିଛି । ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ । ଶିଳ୍ପ ଜଗତ କୋମାରେ ।
କୃଷି କ୍ଷେତ୍ରରେ ଅଗ୍ରଗତି ସନ୍ତୋଷ ଜନକ ନୁହେଁ । ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ସ୍ଥାଣୁତା । ଫଳରେ ବିଶ୍ୱ ସମେତ ଆମ ଦେଶରେ ନିଯୁକ୍ତି କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇଛି । ଏଥିପାଇଁ ଦାରିଦ୍ର୍ୟ ହାର ମଧ୍ୟ ବଢିଛି ।
ଭାରତ ଭଳି ବିକାଶମୁଖୀ ଦେଶ ମାନଙ୍କରେ ଦେଖାଦେଇଥିବା ଗଣ ଦାରିଦ୍ର୍ୟ କାରଣ ସମ୍ପର୍କରେ ବୁଝାଇବାକୁ ଯାଇ ଅର୍ଥଶାସ୍ତ୍ରୀ ରାଗ୍ନର ନରକ୍ସେ କହିଛନ୍ତି- ‘ଗୋଟିଏ ଦେଶ ଗରିବ କାରଣ ତାହା ଗରିବ’ । ଅନ୍ୟଅର୍ଥରେ କହିଲେ ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର ଦାରିଦ୍ର୍ୟ । ଏଦୃଷ୍ଟିରୁ ବିଚାର କଲେ ଦେଶର ଦାରିଦ୍ର୍ୟର କାରଣ ବହୁ ବିଧ । ଉଭୟ ଚାହିଦା ଓ ଯୋଗାଣ ପାଶ୍ୱର୍ରେ ସ୍ୱଳ୍ପ ମୁଣ୍ଡ ପିଛା ଆୟ, ସ୍ୱଳ୍ପ ଚାହିଦା , ସ୍ୱଳ୍ପ ସଂଚୟ, ସ୍ୱଳ୍ପ ନିବେଶ ଦାରିଦ୍ର୍ୟର କରାଳଚକ୍ର ସୃଷ୍ଟି କରୁଛି । ଏଥିପାଇଁ ସ୍ୱଳ୍ପ ଉତ୍ପାଦନ ସହିତ ମୁଣ୍ଡ ପିଛାଆୟ ହ୍ରାସ ପାଉଛି । ପରିସଂଖ୍ୟାନ ଦୃଷ୍ଟିରୁ ଦେଖିଲେ ଆମ ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ସଂଖ୍ୟା ୧୯୯୩-୯୪ ମୋଟ ଜନ ସଂଖ୍ୟାର ୪୫.୩ ପ୍ରତିଶତ ଥିଲା, ଯାହା କି ୨୦୦୪-୦୫ ବେଳକୁ ୩୭.୨ ପ୍ରତିଶତକୁ ହ୍ରାସ ପାଇଥିଲା । ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଅନୁପାତ ସେହି ସମୟ ମଧ୍ୟରେ ୫୦.୧ପ୍ରତିଶରୁ ୪୧.୮ ପ୍ରତିଶତକୁ ହ୍ରାସ ପାଇଥିଲା ।
ସହରାଞ୍ଚଳରେ ଏହି ଅନୁପାତ ୧୯୯୩-୯୪ ରୁ ୩୧.୮ ପ୍ରତିଶତକୁ ୨୦୦୪-୦୫ରେ ୨୫.୭ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୧୧-୧୨ ବେଳକୁ ଦେଶର ମୋଟ ଦାରିଦ୍ର୍ୟ ହାର ୨୧.୯ ପ୍ରତିଶତକୁ ହ୍ରାସ ପାଇଥିଲା । ସଂଖ୍ୟାନୁସାରେ ଏହି ସମୟରେ ଦ୍ରାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୪୧ କୋଟିରୁ ୨୭ କୋଟିକୁ ହ୍ରାସ ପାଇଥିଲା । ତେବେ ଏହି ତଥ୍ୟ ସୁରେଶ ତେନ୍ଦୁଲକର କମିଟି ଆଧାରରେ ଦିଆଯାଇଛି । କିନ୍ତୁ ଶ୍ରୀ ରଙ୍ଗ ରାଜନଙ୍କ କମିଟି ରିପୋର୍ଟରେ ଦେଶର ଦାରିଦ୍ର୍ୟ ହାର ୨୯.୬ ପ୍ରତିଶତ ବୋଲି କଳନା କରାଯାଇଛି ।
ଦ୍ରାରିଦ୍ର୍ୟ ହିଁ କ୍ଷୁଧାର ପ୍ରମୁଖ କାରଣ । ନିକଟରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ବିଶ୍ୱର ୧୦୭ଟି ଦେଶକୁ ନେଇ କରାଯାଇଥିବା କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୯୪ ତମ ସ୍ଥାନରେ ରହିଛି । ଏପରିକି ପଡୋଶୀ ବାଂଲାଦେଶ, ପାକିସ୍ଥାନ, ଶ୍ରୀଲଙ୍କା ଓ ନେପାଳଠାରୁ ବି ପଛରେ ରହିଛି ଆମ ଦେଶ । ଭାରତରେ ଏଭଳି ନୈରାଶ୍ୟ ପ୍ରଦର୍ଶନ ପାଇଁ ତ୍ରୁଟି ପୂର୍ଣ୍ଣ ବ୍ୟବସ୍ଥା ଓ ଉପଯୁକ୍ତ ତଦାରଖ ଅଭାବକୁ ଦାୟୀ କରାଯାଇଛି । ଏପରିକି ଭାରତର ଜନସଂଖ୍ୟାର ୧୪ ପ୍ରତିଶତ ଲୋକ କୁପୋଷଣର ଶିକାର ହେଉଛନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହିତ ଭାରତରେ ଶିଶୁ ସ୍ୱାସ୍ଥ୍ୟ ମଧ୍ୟ ନୈରାଶ୍ୟ ଜନକ ରହିଛି ।ସେହିଭଳି ଭାରତରେ ୫ବର୍ଷର କମ୍ ବର୍ଷର ଶିଶୁ ମୃତୁ୍ୟ ହାର ୩.୭ ପ୍ରତିଶତ ରହିଛି । ଏହାହିଁ ଚରମ ଦାରିଦ୍ର୍ୟର ପ୍ରତିଫଳନ ।
