Odisha news

କେନ୍ଦ୍ରାପଡା ପୈାରାଂଚଳର ପରିମଳ ବ୍ୟବସ୍ଥା ଦିନକୁ ଦିନ ଶୋଚନୀୟ : କୁଢ କୁଢ ଅଳିଆ ଓ ନର୍ଦ୍ଦମା ପାଣି ଗାଁ ମଝିରେ

0

କେନ୍ଦ୍ରାପଡା-୧୧/୦୫ କେନ୍ଦ୍ରାପଡା ପୈାରାଂଚଳର ପରିମଳ ବ୍ୟବସ୍ଥା ଦିନକୁ ଦିନ ଶୋଚନୀୟ ହେବାକୁ ଲାଗିଛି । ଦୈନିକ ରାସ୍ତା କଡରେ ଜମା ହେଉଥିବା ଅଳିଆ ଅବର୍ଜନା ପୈାରସଂସ୍ଥା ପକ୍ଷରୁ ଉଟା ଯାଉନଥିବା ବେଳେ ଡ୍ରେନର ପାଣି ବାଟ ବନ୍ଦ ହୋଇ ନର୍ଦ୍ଦମା ପାଣି ରାସ୍ତା ଉପରେ ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳୁଛି ।

ପୈାରାଂଚଳର ୫ନଂ ୱାର୍ଡ ଗୋପ ଗ୍ରାମ ମଝିରେ ଗୋପ ସ୍କୁଲ ନିକଟରେ ଡ୍ରେନ ପାଣି ରାସ୍ତା ଉପରେ ଲହଡି ଭାଙ୍ଗିବା ସହ ବହୁ ଦିନରୁ କୁଢ ହୋଇଥିବା ଅଳିଆ ଗୁଡିକ ସଫେଇ କରାଯାଉ ନାହିଁ । ଦୈନିକ ଶହ ଶହ ବ୍ୟକ୍ତି ଏହିବାଟରେ ଯିବା ଅସିବା କରିବା ସହ ନର୍ଦ୍ଦମା ପାଣିର ଅସ୍ୱାସ୍ଥ୍ୟକର ପରିବେଶ ଓ ଆବର୍ଜନା ଅତିଷ୍ଠ କରୁଛି । ତୁରନ୍ତ ପରିମଳ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି ଜଣାଇଛନ୍ତି ।

Leave A Reply