Odisha news

କେନ୍ଦ୍ରାପଡା ଜିଲ୍ଲାକୁ ଆସିଥିବା ଶହ ଶହ ଶ୍ରମିକ ପଶ୍ଚିମବଙ୍ଗ କୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରମିକ ମାନଙ୍କ ନିବେଦନ

0

କେନ୍ଦ୍ରାପଡା-୧୧/୦୫ ପଶ୍ଚିମବଙ୍ଗରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଥିବା ଶହ ଶହ ଶ୍ରମିକ କାମକରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ପ୍ରାୟ ଦୁଇ ମାସରୁ ହେବ ଏହି ଶ୍ରମିକ ମାନେ ଲକଡାଉନ ହେତୁ ଫସି ରହିଛନ୍ତି । କୈାଣସି କାମଧନ୍ଦା ନପାଇ ଏମାନେ ଜିଲ୍ଲାର ବିନ୍ନ୍ ଅଂଚଳରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଜିଲ୍ଲାରେ ପଶ୍ଚିମବଙ୍ଗ ର ଚବିଶ ପ୍ରଙ୍ଗଣ ଏବଂ ଉତର ବସିଘାଟର ଶ୍ରମିକ ମାନେ ଭାରତ ସରକାରଙ୍କର ପ୍ରାକୃତିକ ତୈଳ ଓ ଗ୍ୟାସ କମ୍ପାନୀ (ଓଏନଜିସି)ର କାମ କରିବା ପାଇଁ ଏଠାକୁ ଆସିଥିଲେ । କାମ ବନ୍ଦ ହୋଇଯିବା ଫଳରେ ଜିଲ୍ଲା ପ୍ରଶାସନ ଏହି ଶ୍ରମିକ ମାନଙ୍କୁ କୈାଣସି ସହାୟତା ପ୍ରଦାନ କରୁନାହିଁ । ଏମାନେ ନିଜ ଗାଁକଜୁ ଫେରିଯିବା ପାଇଁ ଆାବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Leave A Reply