ରେଳ ଯାତ୍ରା ସମୟରେ ଆମେ ନିଜ ରାସ୍ତାରେ ଏଭଳି ଅନେକ ଷ୍ଟେସନ ଦେଇ ଗତି କରିଥାଉ l କଣ ଆପଣଙ୍କ ମନରେ କେବେ ଏହି ପ୍ରଶ୍ନ ଉଙ୍କି ମାରିଛି ଯେ ଦେଶର ଶେଷ ରେଳ ଷ୍ଟେସନ ଟି କେଉଁଟି ? ଏଭଳି ଗୋଟିଏ ଷ୍ଟେସନ ଯାହାପରେ ଭାରତର ସୀମା ସମାପ୍ତ ହୋଇ ଯାଇଥାଏ ଓ କୌଣସି ଅନ୍ୟ ଦେଶର ସୀମା ସଂଲଗ୍ନ ହୋଇ ଯାଇଥାଏ l ଆଜି ଆପଣଙ୍କର ସେହି ଉତ୍ସୁକତା କୁ ଶାନ୍ତ କରିବାକୁ ଯାଇ ଆମେ ଆପଣଙ୍କୁ କହିବୁ ଭାରତର ଶେଷ ରେଳ ଷ୍ଟେସନ ଟି କେଉଁଟି ? ଯାହା ଆଜି ମଧ୍ୟ ସେହିଭଳି ରହିଛି ଯେଭଳି ଇଂରେଜ ମାନେ ଛାଡି ଯାଇଥିଲେ l
ଏହି ରେଳ ଷ୍ଟେସନ ର ନାଁ ହେଉଛି ‘ସିଂହାବାଦ’ , ଯାହାକି ବଙ୍ଗଳାଦେଶ ସୀମାକୁ ଲାଗି ରହିଛି l ଆଜି ଆସନ୍ତୁ ଜାଣିବା ଭାରତର ସେହି ଶେଷ ରେଳ ଷ୍ଟେସନ ବିଷୟରେ l
ସିଂହାବାଦ ରେଳ ଷ୍ଟେସନ ପଶ୍ଚିମ ବଙ୍ଗର ମାଳଦା ଜିଲ୍ଲାର ହବିବପୁର ଅଂଚଳରେ ଅବସ୍ଥିତ l କୁହାଯାଏ ଯେ ପୂର୍ବରୁ ଏହି ଷ୍ଟେସନ କୋଲକାତା ଓ ଢାକା ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ବ୍ୟବହାର କରାଯାଉଥିଲା l ଏହି ସ୍ଥାନ ଦେଇ ଅନେକ ଯାତ୍ରୀ ବାହୀ ଟ୍ରେନ ପୂର୍ବରୁ ଯାଉଥିଲା l କିନ୍ତୁ ଆଜି ଏହି ଷ୍ଟେସନ ସମ୍ପୂର୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି l ଏଠାରେ ଆଉ କୌଣସି ଯାତ୍ରୀବାହୀ ରେଳ ଅଟକୁ ନାହିଁ l ତେଣୁ ଆଗଭଳି ଏଠାରେ ଯାତ୍ରୀ ମାନଙ୍କର ଭିଡ଼ ମଧ୍ୟ ଜମୁନାହିଁ l ଏହି ରେଳ ଷ୍ଟେସନ ର ବ୍ୟବହାର ମାଲ ବୋଝେହି ଟ୍ରେନ ପାଇଁ କରାଯାଇ ଥାଏ l ସିଂହାବାଦ ରେଳ ଷ୍ଟେସନ ଆଜି ମଧ୍ୟ ଇଂରେଜ ମାନଙ୍କ ସ୍ମୃତି କୁ ସମ୍ଭାଳି ରହିଛି l ଏଠାରେ ଆଜି ମଧ୍ୟ ପୁରୁଣା ସମୟ ଭଳି କାର୍ଡବୋର୍ଡ ଟିକେଟ ମିଳୁଛି, ଯାହା ବର୍ତମାନ ଅନ୍ୟ କୌଣସି ରେଳ ଷ୍ଟେସନ ରେ ଉପଲବ୍ଧ ନାହିଁ l ଏହାଛଡା ସିଗନାଲ, ସଂଚାର ଓ ଷ୍ଟେସନ ସହିତ ଜଡିତ ସମସ୍ତ ଉପକରଣ, ଟେଲିଫୋନ ଓ ଟିକେଟ ଆଜିମଧ୍ୟ ଇଂରେଜ ଙ୍କ ସମୟର ରହିଛି l ଏହାଛଡା ସିଗନାଲ ପାଇଁ ମଧ୍ୟ ହାତ ଗିଆର ର ବ୍ୟବହାର କରାଯାଉଛି l ଷ୍ଟେସନ ନାମରେ ଗୋଟିଏ ଛୋଟ ଅଫିସ ରହିଛି l ଯାହାଙ୍କ ନିକଟରେ ୨ -୩ଟି କ୍ଵାଟର ରହିଛି ଯାହାକି କର୍ମଚାରୀ ଙ୍କ ନାଁ କୁ ମାତ୍ର ରହିଛି l
ସିଂହାବାଦ ରେଳ ଷ୍ଟେସନ ନାମ ସହିତ ଲେଖା ରହିଛି ଗୋଟିଏ ବୋର୍ଡ ରେ ଭାରତର ଶେଷ ରେଳ ଷ୍ଟେସନ l କୁହାଯାଏ ପୂର୍ବେ ମହାତ୍ମା ଗାନ୍ଧୀ ଓ ସୁଭାଷ ଚନ୍ଦ୍ର ବୋଷ ଏହି ରେଳ ଷ୍ଟେସନ ର ବ୍ୟବହାର କରୁଥିଲେ ଢାକା ଯିବାପାଇଁ l କିନ୍ତୁ ଆଜି କେବଳ ମାଲ ବୋଝେହି ଟ୍ରେନ ଯିବା ଆସିବା କରୁଛି l କୁହାଯାଏ ଯେ ୧୯୭୧ ରେ ଯେତେବେଳେ ବଙ୍ଗଳାଦେଶ ଗୋଟିଏ ଦେଶ ର ପରିଚୟ ପାଇଲା, ସେତେବେଳେ ଭାରତ ବଙ୍ଗଳାଦେଶ ମଧ୍ୟରେ ଯାତାୟାତ ପାଇଁ ଦାବି ହୋଇଥିଲା l ୧୯୭୮ ରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଗୋଟିଏ ବୁଝାମଣା ଅନୁସାରେ କେବଳ ମାଲ ବୋଝେହି ଟ୍ରେନ ର ଆରମ୍ଭ କରିବା ପାଇଁ ଗୋଟିଏ ଚୁକ୍ତି ହୋଇଥିଲା l
୨୦୧୧ ରେ ଏହି ଚୁକ୍ତି ରେ ପୁନର୍ବାର ପରିବର୍ତନ କରି ସଂଶୋଧନ କରାଯାଇ ଥିଲା ଓ ଏଥିରେ ନେପାଳ କୁ ମଧ୍ୟ ସାମିଲ କରାଯାଇ ଥିଲା l ଆଜି ଏହି ଷ୍ଟେସନ ରୁ ବଙ୍ଗଳାଦେଶ ବ୍ୟତୀତ ନେପାଳ ଆସୁଥିବା ଓ ବଙ୍ଗଳାଦେଶ ଯାଉଥିବା ମାଲ ବୋଝେହି ଗାଡି ଗୁଡିକ ଯିବା ଆସିବା କରନ୍ତି ଏବଂ ଅନେକ ସମୟରେ ଟ୍ରେନ ଗୁଡିକ ଅଟକି ଥାଆନ୍ତି ସିଗନାଲ ପାଇଁ l କିନ୍ତୁ ଆଜି ମଧ୍ୟ ଅନେକ ଲୋକଙ୍କ ଅପେକ୍ଷା ରହିଛି ଏଠାରେ ଯାତ୍ରୀ ବାହୀ ଟ୍ରେନ କେବେ ଅଟକିବ l
