Odisha news

ଲୋପ ହେଉଛି ସବୁଜ ଜଙ୍ଗଲ, ବଦଳୁଛି ପାଣିପାଗ

0

ରାୟଗଡା,୫ ।୬(Rabindra Patkhandal)ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଗାଁ ଠାରୁ ସହର ଯାଏ ପରିବେଶ ସୁରକ୍ଷା ନାରାବାଜିରେ ପ୍ରକମ୍ପିତ ହେଉଛି କେବଳ ବିଶ୍ୱ ପରିବେଶ ଦିବସରେ । ଏହା କେବେଳ ଏହି ବର୍ଷ ନୁହେଁ ବର୍ଷ ବର୍ଷ ଧରି ସଚେତନାର କାର୍ଯ୍ୟକ୍ରମ ଗୋଟିଏ ଦିନରେ ସୀମିତ ହୋଇ ରହିଯାଇଛି । ତେଣୁ ପରିବେଶ ବିଗିଡ଼ିବାରେ ଲାଗିଛି । ଫଳରେ ଦ୍ରୁତ ଗତିରେ ଲୋପ ହେଉଛି ସବୁଜ ଜଙ୍ଗଲ ।  ଯାହା ଫଳରେ ଏବେ ବଦଳୁଛି ପାଣିପାଗ । ଯାହାକୁ ନେଇ ଏବେ ସମଗ୍ର ବିଶ୍ୱ ବର୍ତ୍ତମାନ ବିପଦମୁଖୀ ହେବାକୁ ଲାଗୁଛି । ବର୍ଷତମାମ ନୀରବ ବସିଥିବା ମଣିଷ ପରିବେଶ ଦିବସ ଆସିଲେ ନାରାବାଜି ଓ ସ୍ଲୋଗାନରେ ଚିକ୍ରାର କରୁଛି  । ଆଉ ବର୍ଷକ ପାଇଁ ପୁଣି ନୀରବ ହୋଇ ବସିରହୁଛି । ଧ୍‌ôରେ ଧ୍‌ôରେ ଅହେତୁକ ପରିମାଣରେ ଶୀତ କମିଗଲା ।

ବର୍ଷାର ଅଭାବ ଏବଂ ଅନିୟମତିତା ପରିଲିଖ୍‌ôତ ହେଉଛି । ତାପମାତ୍ରା ବଢି ଅସହ୍ୟ ହୋଇଗଲାଣି । ଯେବେଯେବେ ତଥା କଥିତ ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ଛାମୁଆ ବ୍ୟକ୍ତି ବିଶେଷ ଏକାଠି ହୁଅନ୍ତି ଏହି କଥା ଶୁଣିବାକୁ ମିଳୁଛି । ତେବେ ପ୍ରତିକାର ବା ଉପଚାର ପାଇଁ ଚିନ୍ତା କାହା ମନରେ ଆଉ ନାହିଁ । ଭୌତିକ ବିଶ୍ଲେଷଣକାରୀମାନେ କୁହନ୍ତି ଦୃତଗତିରେ ଜଳବାୟୁରେ ପରିବର୍ତ୍ତନ ପୃଥିବୀକୁ ଧ୍ୱଂସ ଆଡ଼କୁ ଠେଲିଠେଲି ନେଇଯାଉଛି । ଆଶାତିତ ଜଙ୍ଗଲକ୍ଷୟ ଏହାର ମୁଖ୍ୟକାରଣ ବୋଲି କହୁଛନ୍ତି । ତେବେ ରାୟଗଡ଼ା ଜିଲ୍ଲାରେ କ୍ଷୟକୁ ରୋକାଯାଇପାରୁ ନାହିଁ କି ନୂତନ ଜଙ୍ଗଲ ସୃଷ୍ଠି ହୋଇପାରୁନାହିଁ । ପାହାଡ଼ିଆଙ୍କ ନିକଟରେ ରୋଜଗାର ପନ୍ଥା ନଥିବାରୁ ଜଙ୍ଗଲ ଓ ଏଥିରୁ ଜାତ ଦ୍ରବ୍ୟ ବିକ୍ରୀବଟା କରି ବଞ୍ଚୁଛନ୍ତି । ଅନ୍ୟ ଉପାୟ ନାହିଁ । ତେଣୁ ପ୍ରତିବର୍ଷ ଜଙ୍ଗଲ ଢାଲୁରେ ପୋଡୁଚାଷ କରି ଜୀବିକା ନିର୍ବାହ କରୁଛୁ ବୋଲି ଚନ୍ଦ୍ରପୁର ବ୍ଲକ କୋଡ଼ିସୁର ଗ୍ରାମର ରଘୁନାଥ ଜାଗରାଙ୍ଗା କହିଛନ୍ତି

ତେବେ ବିନାଶ ଆଡ଼କୁ ଗତି କରୁଥିଲେ ବି ପୋଡୁ ଚାଷ ଜନ୍ଖଚ୍ଛ କ୍ଷତିରୁ ଲୋକଙ୍କୁ ଏଜାବତ ସଚେତନ କରାଯାଇ ପାରିଲା ନାହିଁ ।  ଏହି ଜିଲ୍ଲାର କାଶ୍ମୀର କୁହାଯାଉଥିବା କାଶୀପୁର ବ୍ଲକରେ ଏଠାକାର ଲୋକେ ଗରମ କଣ ଅନୁଭୋବ କରିନଥିବା ସ୍ଥାନୀୟ ବର୍ଷିୟାନମାନେ କୁହନ୍ତି । କିନ୍ତୁ ନିଷ୍ଠୁର ଶିଳ୍ପାୟନ ଫଳରେ ଜଙ୍ଗଲ ସମ୍ପଦର କ୍ଷତି ଘଟିବାପରେ ଏହି ଅଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଆଣିଦେଇଛି । ଚାରା ରୋପଣକରି ରୋଜଗାର ପନ୍ଥା ଦେଖାଇ ଜଙ୍ଗଲ କାଟିବାକୁ ନିବୃତ କରାଇବା ପାଇଁ ସରକାରୀ ଯୋଜନାର ଅଭାବନହିଁ । ଚାରା ରୋପଣ କରି ପରିବେଶର ସୁରକ୍ଷା ସହ ସ୍ୱାବଲମ୍ବୀ କରାଇବା ନାମରେ ୨୦୧୦ ମସିହାରୁ ଏଯାବତ  ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଗଲାଣି । ବିଡ଼ମ୍ବନାର କଥା ଯେ ଏବେ କ୍ଷେତ୍ରରେ ଗଛଟିଏ ନାହିଁ । ରୋଜଗାର ଦେବେକଣ ମଜୁରୀମୂଲ ମଧ୍ୟ ମିଳିଲା ନାହିଁ ବୋଲି ସୁରୁମୂଳି ଗ୍ରାମର ହୁଇକା ଟାଙ୍ଗୁର. କରସିକା ସାରଦାରାଓ ଭଳି ବହୁ ଲୋକ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟ କରୁଥିବା ବିଭାଗର କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସବୁତକ ଯୋଜନା ବାଟ ହୁଡୁଛି । ଏହିପରି କଲ୍ୟାଣସିଂହପୁର, କାଶୀପୁର, ଚନ୍ଦ୍ରପୁର, ରାୟଗଡ଼ା, ପଦ୍ମପୁର, କଲୋନରା ଭଳି ସମସ୍ତ ବ୍ଲକରେ ମଧ୍ୟ ସମଦଶା । ତେବେ ବିଭିନ୍ନ ଗ୍ରାମରେ ଆଇଡ଼ିଏ, ଉଦ୍ୟାନକୃଷି ବିଭାଗ, ଜଳବିଭାଜିକା ପ୍ରକଳ୍ପ ଲଗାଯାଇଥିବା ଗଛସବୁ ମରିଯାଇଥିବା ବେଳେ ଲୋକେ ମଜୁରୀ ଟଙ୍କା ନପାଇ ପୁଣି ଜଙ୍ଗଲ ମୁହାଁ ହୋଇଛନ୍ତି । ତେବେ ସରକାର ଗଛ ଲଗାଇଲେ ବଞ୍ଚିବନାହିଁ । ଲୋକେ ଜାଗୃତ ନହେବା ପର୍ଯ୍ୟନ୍ତ ପରିବେଶର ସୁରକ୍ଷା ଅସମ୍ଭବ ବୋଲି ବୃକ୍ଷ ରୋପଣ ସହ ଜଡ଼ିତଥିବା ଜଣେ ସଚେତକ ଗୌରାଙ୍ଗ ଚରଣ ରାଉତ ମତବ୍ୟକ୍ତ କରିଛନ୍ତି । ଆଜି ବିଶ୍ୱ ସ୍ତରରେ ପ୍ରତ୍ୟେକ ଗାଁ ଗହଳିରେ ପୃଥିବୀକୁ ଧ୍ୱସଂ ମୁଖରୁ ବଞ୍ଚାଇବାର ପ୍ରୟାସ ଆରମ୍ଭ ହୋଇଛି ।

ତେବେ ବିଳାସ ବେସନ ଠାରୁ ଆରମ୍ଭକରି ସବୁ ମୁହୁର୍ତ୍ତରେ ମଣିଷ ପରିବେଶ ବିରୋଧରେ କାମ କରୁଛି ବୋଲି ପରିବେଶର ସୁରକ୍ଷା ଦିଗରେ କାଯଁ୍ୟକରୁଥିବା ଦେବଦତ୍ତ ମହାନ୍ତି ମନବ୍ୟକ୍ତ କରିଛନ୍ତି । ଲୋକଙ୍କ ନିକଟରେ ପ୍ରଜ୍ଞା ଯଥେଷ୍ଟ ରହିଛି । କିନ୍ତୁ ବିକାଶ ନୂହେଁ ବିନାସ ଦିଗରେ ତାହା କାର୍ଯ୍ୟ କରୁଛି । ବିକାଶ ନାମରେ ଏକ ନିଶ୍ଚିତ ଧ୍ୱସଂ ଦିଗକୁ ପୃଥିବୀ ଦୃତଗତିରେ ଯଉଥିବା ସେ କହିଛନ୍ତି । ତେବେ ସତକଥା ଯେ ବିଶ୍ୱ ପରିବେଶ ଦିବସରେ ନିଜକୁ ଜ୍ଞାନୀ ଗୁଣି ଓ ବୁଦ୍ଧିଜୀବୀ ବୋଲାଉଥିବା ତଥାକଥିତ ମୁଣ୍ଡିଆଳ ମାନେ ଧୋବଧଉଳିଆ ପୋଷାକ ପିନ୍ଧି ହାତରେ ବ୍ୟାନର ପ୍ଲାକାର୍ଡ ଧରି ମୁଖ୍ୟରାସ୍ତାରେ ବୁଲିବେ । ସଚେତନାର ନାରାବାଜି କରିବେ । ମୁଖ୍ୟ ଅତିଥିଙ୍କ ସହ ଫଟୋ ଉତ୍ତୋଳନ କରିବେ । ଦିବସ ସରିଲେ ସବୁ ଭୂଲିଯାଉଥିବା ପ୍ରତିବର୍ଷ ଦେଖିବାକୁ ମିଳିଛି । ପରିବେଶ ସୁରକ୍ଷା ସମ୍ଭବକି ବୋଲି ଜଣେ ପରିବେଶ ସଚେତିକା ସୋନି ସଲମା ପ୍ରିୟଦର୍ଶନୀଙ୍କୁ ପଚାରିବାରୁ କହିଛନ୍ତି ପ୍ରକୃତି ସୁରକ୍ଷାର ଚିନ୍ତା ଆଉନାହିଁ । ତେଣୁ ପୃଥିବୀର ଧ୍ୱସଂ ନିଶ୍ଚିତ । ଆଗାମୀପିଢୀ ପାଇଁ  ଉତ୍ତର ଦାୟୀତ୍ୱ କାହା ନିକଟରେ ନାହିଁ । ତେବେ ମାନବ ସମାଜ ସଚେତନ ହେଲେ କିଛି ଦୂର ପର୍ଯ୍ୟନ୍ତ ପୃଥିବୀକୁ ଜୀବିତ ରଖାଯାଇପାରିବ ବୋଲି ପ୍ରିୟଦର୍ଶନୀ କହିଛନ୍ତି ।

Leave A Reply