Odisha news

ଯାଜପୁର : ସରପଞ୍ଚ ମାନଙ୍କ ସହ ଜିଲ୍ଲାପାଳଙ୍କ ବୈଠକ : କରୋନା ପରିଚାଳନା ପାଇଁ ଧନ୍ୟବାଦ ଓ ଉନ୍ନୟନ କାମ ପାଇଁ ଆହ୍ୱାନ

0

ଯାଜପୁର :  ସରପଞ୍ଚ ଓ ଲୋକ ପ୍ରତିନିଧି ମାନେ କୋଭିଡ ପରିଚାଳନାରେ ବହୁତ ଭଲ କାମ କରୁଚ୍ଥନ୍ତି ।  ଏପରି କି, ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଜିଲ୍ଲାର ଏକାଧିକ ସରପଞ୍ଚଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ପ୍ରଶଂସା କରିଚ୍ଥନ୍ତି ।  ତେଣୁ ଏହି ମହନୀୟ କାର୍ଯ୍ୟକୁ ଜାରି ରଖିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଲାର ୧୦ଟି ଯାକ ବ୍ଳକର ଅଧ୍ୟକ୍ଷ, ୩୧୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ବି.ଡି.ଓ. ମାନଙ୍କ ସହ ଓସୱାନ ହଲରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ କୋଭିଡର ସପଂଳ ପରିଚାଳନା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।  ବର୍ତ୍ତମାନ ସଂଖ୍ୟାଧିକ ପ୍ରବାସୀ ପେଂରୁଚ୍ଥନ୍ତି ।  କରୋନା ପରିସ୍ଥିତିରେ ସମସ୍ତେ ଆର୍ଥିକ ଭାବେ ପ୍ରଭାବିତ ହୋଇଚ୍ଥନ୍ତି ।  ତେଣୁ ଆଗ୍ରହୀ ବ୍ୟକ୍ତି ମାନଙ୍କୁ ସାମିଲ କରି ମନରେଗା ଓ ଅନ୍ୟାନ୍ୟ ଯୋଜନାର କାର୍ଯ୍ୟକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ ।

ମନରେଗାରେ କେବଳ ଲୋକଙ୍କ ଶ୍ରମଦାନ କରି ଓ ଚତୁର୍ଥ , ଚତୁର୍ଦ୍ଦଶ ଅର୍ଥ କମିଶନ ଇତ୍ୟାଦି ଅର୍ଥରେ ଆଇନ ମୁତାବକ ଶ୍ରମିକ ଓ ମେସିନ ମାଧ୍ୟମରେ ମଧ୍ୟ କାମ କରାଯାଇପାରିବ ।  ତେବେ ଏହି କାର୍ଯ୍ୟ ଆରମ୍ଭରୁ ନିର୍ଦ୍ଧାରିତ ସ୍ଥାନରେ ସୂଚନା ପଂଳକ ଲଗାଇବା ସହ ସାମାଜିକ ଦୂରତା, ମାସ୍କ ବ୍ୟବହାର, ପ୍ରାଥମିକ ଚିକିସôା  ବ୍ୟବସ୍ଥା ଇତ୍ୟାଦିକୁ ମଧ୍ୟ  କରିବାକୁ ସେ ପରାମର୍ଶ ଦେଇଥିଲେ ।  ରାଜ୍ୟରେ ମନରେଗାରେ ଆମଜିଲ୍ଲା  ତୃତୀୟ ସ୍ଥାନରେ ରହିଚ୍ଥି ।  ଏପରି କି, କିଚ୍ଥି ଗଣମାଧ୍ୟମ ଏହାର ସୁପଂଳକୁ ସନେ୍ଦହ ପ୍ରକଟ କରିଚ୍ଥନ୍ତି ।  କିନ୍ତୁ ଆମେ ପ୍ରତ୍ୟେକ ଜାଣିଚ୍ଥନ୍ତି, ଏହି ସପଂଳତା ପାଇଁ ସମସ୍ତଙ୍କର କେତେ ପରିଶ୍ରମ ଓ ନିଷ୍ଠା ରହିଚ୍ଥି ।  ତେଣୁ ଏହି ସପଂଳତାକୁ ବଜାୟ ରଖି ଲୋକ ମାନଙ୍କୁ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳତା ହିଁ ହେବ ସଂପୃକ୍ତ ସନେ୍ଦହର ଆମ ଉତ୍ତର ।  ଶ୍ରମିକମାନେ ଖଟିଖିଆ କିନ୍ତୁ ଠକିଖିଆ ନୁହଁନ୍ତି ବୋଲି ଏହି ସପଂଳତା ପ୍ରମାଣ କରିଚ୍ଥି ବୋଲି କହିବା ସହ ଟି.ଏମ୍.ସି. ରେ ଓ ପରେ ଘରେ ସପଂଳ ସଙ୍ଗରୋଧ କରିଥିବା ବ୍ୟକ୍ତି ମାନଙ୍କୁ ସରକାରଙ୍କର ଘୋଷଣା ଅନୁସାରେ ତୁରନ୍ତ ଦୁଇ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରଦାନ ପାଇଁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।

ଭଲ କାମ କରୁଥିବା ପଞ୍ଚାୟତକୁ ପ୍ରୋସôାହନ ପ୍ରଦାନ ସହ ସରକାରୀ କର୍ମଚାରୀଙ୍କୁ ୫ଟି ଆଧାରରେ ଆଗୁଆ ପଦୋନ୍ନତି ଓ ସମ୍ମାନିତ କରାଯିବାର ବ୍ୟବସ୍ଥା ରହିଚ୍ଥି ।  ତେବେ ଦୁର୍ବଳ ପ୍ରଦର୍ଶନ ପାଇଁ ୱାଲ ଅପଂ୍ ସେମ୍ ମଧ୍ୟ ପ୍ରସ୍ତୁତ କରି ରଖାଯାଇଚ୍ଥି ବୋଲି ସେ ସତର୍କ କରାଇ ଦେଇଥିଲେ ।  ମନରେଗା ଓ  ଟି.ଏମ୍.ସି. ସଂପର୍କରେ ବିଭିନ୍ନ ସରପଞ୍ଚ ଓ ବି.ଡି.ଓ. ମାନଙ୍କର ବିବିଧ ପ୍ରଶ୍ନକୁ ସମାଧାନ କରାଯାଇଥିଲା ।  ଯେ ହେତୁ ବର୍ଷାଦିନ ଆଗତପ୍ରାୟ ତେଣୁ ବର୍ଷା ଋତୁରେ କରାଯିବାକୁ ଲକ୍ଷ୍ୟ ରଖିଥିବା ପକଳ୍ପ ଗୁଡିକ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ସହ ସବୁ ଗୁଡିକର ଡକୁମେଣ୍ଟେସନ୍ ପାଇଁ  ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ପାୱାର ସଚିନ ପ୍ରକାଶ, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ  ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍୍ଳିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ, ଜିଲ୍ଲାପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଡା. ପାର୍ଥସାରଥୀ ମିଶ୍ର ଓ ପ୍ରୋଗ୍ରାମ ଅପିଂସର ମଞ୍ଜୁଳା ରଥ ପ୍ରମୁଖ ଯୋଗ ଦେଇଥିଲେ ।  ଏହି ଭିଡିଓ କନପଂରେନ୍ସକୁ ଓସୱାନର ଇ-ଡିଷ୍ଟ୍ରିକ୍ଟ ମ୍ୟାନେଜର ଶାରଦା ପ୍ରସାଦ ଜେନା ଓ ଇଞ୍ଜିନିୟର ଦିବ୍ୟ ସିଂହ ରାୟ ପରିଚାଳନା କରିଥିଲେ ।

Leave A Reply