Odisha news

ମିଳୁନି ଆବାସ ଯୋଜନା ଟଙ୍କା, ବ୍ଲକ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ହିତାଧିକାରୀ

0

ହାଟଡିହି : ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ ଉପରେ ଗୁରୁତ୍ୱ ଦେଉତôବାବେଳେ ବ୍ଲକ ଅଫିସର କିଛି କର୍ମଚାରୀଙ୍କ ପାଇଁ ଏହି ଯୋଜନା ଏବେ ରସାତଳଗାମୀ ହେବାରେ ଲାଗିଛି କିପରି ଟାର୍ଗେଟ ପୁରଣ ହେବ ସେଥିନେଇ ବିଡିଓ ବାରମ୍ବାର ପିଇଓ, ଜିଆରଏସ ଏବଂ ଯନ୍ତ୍ରୀ ମାନଙ୍କୁ ନେଇ ବୈଠକ କରୁଥିବାବେଳେ କିଛି ହିତାଧିକାରୀ କାମ ସାରିଥିଲେ ମଧ୍ୟ ସେମାନଙ୍କୁ ପୁର୍ଣ୍ଣାଙ୍ଗ ବିଲ ଦିଆଯାଉ ନଥିବାରୁ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି

ଅଭିଯୋଗରୁ ଜଣାଯାଇଛି ଯେ ବଡରମ୍ପାସ ପଞ୍ଚାୟତ ନୁଆ ରମ୍ପାସ ଗ୍ରାମର ଗୋଲେଖ ଦାସ ୨୦୧୯/୨୦ରେ ଏକ ପ୍ରଧାନମନ୍ତ୍ରୀ ଆବାସ ପାଇଥିଲେ ସେ ପ୍ରଥମକିସ୍ତିରେ ୨୦ହଜାର, ପ୍ଲିନ୍ଥି କାମ ସାରିବାପରେ ୩୫ହଜାର ଛାତ ପକାଇବା ବେଳକୁ ୪୫ହଜାର ପାଇଥିଲେ କିନ୍ତୁ କାମ ସରିବାର ତିନିମାସ ବିତି ଯାଇଥିଲେ ମଧ୍ୟ ତାଙ୍କର ଅବଶିଷ୍ଟ ଅନୁଦାନ ଅର୍ଥ ୩୦ହଜାର ଟଙ୍କା ତାଙ୍କୁ ଦିଆଯାଉ ନାହିଁ ସେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଥିଲେବି ତାଙ୍କ ଦୁଖଃ କେହି ଶୁଣୁ ନଥିବା କହିଛନ୍ତି ସେହିପରି ବଡରମ୍ପାସ ଗ୍ରାମର ମିନତୀ ଜେନାଙ୍କ ଅବସ୍ଥା ମଧ୍ୟ ସମାନ

ସେ ତିନୋଟି ପର୍ଯ୍ୟାୟରେ ଲକ୍ଷେ ଟଙ୍କା ପାଇଥିବାବେଳେ ଘରକାମ ସମ୍ପୁର୍ଣ୍ଣ କରିବା ପରେ ମଧ୍ୟ ଅବଶିଷ୍ଟ ୩୦ହଜାର ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତ ବ୍ଲକକୁ ଦୌଡୁଛନ୍ତି ସେମାନେ କିଛି ଟଙ୍କା ହାତଉଧାରି କରି ଆଣି ଘରକାମ ସମ୍ପୁର୍ଣ୍ଣ କରିଥିବାରୁ ମହାଜନ ମାନେ ବାରମ୍ବାର ଟଙ୍କା ମାଗୁଥିବାରୁ ସେମାନେ ମାନସିକ ଦୁଶ୍ଚିନ୍ତାରେ ପଡିଯାଇଛନ୍ତି ଏଠାରେ ପ୍ରଶ୍ନ ଉଠେ ଯେ ଜଣେ ହିତାଧିକାରୀ କାମ ସମ୍ପୁର୍ଣ୍ଣ କରିବାପରେ ବାରମ୍ବାର କାହିଁକି ପଞ୍ଚାୟତ ବ୍ଲକକୁ ଦୌଡିବ ସେମାନେ କାମ ସାରିବା ପରେ ଫାଇନାଲ ବିଲ ଦେବାରେ ଅସୁବିଧା କେଉଁଠି ରହିଲା ସମ୍ପର୍କରେ ପଞ୍ଚାୟତର ଜିଆରଏସ ନିରଞ୍ଜନ ବାରିକଙ୍କୁ ପଚାରିବାରେ ସେ ବ୍ଲକରେ ଏହି ହିତାଧିକାରୀଙ୍କ ଫାଇଲ ମିଳୁ ନଥିବାରୁ ଫାଇନାଲ ବିଲ ହୋଇପାରୁ ନାହିଁ ବୋଲି କହିଛନ୍ତି ସମ୍ପର୍କରେ ବିଡିଓ ତୁରନ୍ତ ଦୃଷ୍ଟି ଦେଇ ସଂପୃକ୍ତ ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ଦେବାକୁ ଦାବି ହେଉଛି

IEC 2 years
Leave A Reply