Odisha news

୫ମ ଠାକୁରମୁଣ୍ଡା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

0

ଠାକୁରମୁଣ୍ଡା ତା ୨୪/୦୫: କରୋମ ଅଭାବ ରୁ ଗତ ୧୨ ତାରିଖ ଦିନ ଠାକୁରମୁଣ୍ଡା ପଞ୍ଚାୟତ ସମିତି ର ୫ ମ ସମିତି ବୈଠକ  ଅନୁଷ୍ଠିତ ହୋଈ ପାରି ନଥିବା ବେଳେ ପୁନର୍ବାର ସମିତି ର ଆହୁତ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଈ ଯାଇଛି।ବ୍ଲକ ପରିସର ରେ ଥିବା ରାଜୀବ ଗାନ୍ଧୀ ସଭା ଗୃହରେ ପଞ୍ଚାୟତ ସମିତି ର ଅଧକ୍ଷା ସରୋଜିନୀ ମୁଣ୍ଡା ଙ୍କ ଅଧ୍ୟକ୍ଷତାରେ ରେ ସମିତି ବୈଠକ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇଥିଲା।ବୈଠକରେ ଉପାଧକ୍ଷ ସନ୍ତୋଷ ମହାନ୍ତ,ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ମଢେଇ,ପୂର୍ଣ୍ଣିମା ବାଗସିଂ,ସହକାରୀ ଯନ୍ତ୍ରୀ ସଦାଶିବ ବେହେରା ଯୋଗ ଦେଇଥିଲେ।ଅନୁଷ୍ଠିତ ହୋଇଥିବା ସମିତି ବୈଠକରେ କେତେଜଣ ସମିତି ସଭ୍ୟ ଅନୁପସ୍ଥିତ ଥିବା ର ଦେଖିବାକୁ ମିଳି ଥିବା ବେଳେ ବାକି ଅନ୍ୟ ନିମନ୍ତ୍ରିତ ସମିତି ସଭ୍ୟ,ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ରହି ଥିଲେ।ବୈଠକ ଆରମ୍ଭ ରେ ପଡ଼ିଆବେଡା ସରପଞ୍ଚ ପରମାନନ୍ଦ ନାୟକ ସମିତି ବୈଠକ ରେ କେତେ ଗୁଡିଏ ବିଭାଗ ର ଅଧିକାରୀ ମାନେ ଅନୁପସ୍ଥିତ ରହୁ ଥିବା ରୁ ସଂପୂର୍କ୍ତ ବିଭାଗ ଗୁଡିକ ର କାର୍ଯ୍ୟକ୍ରମ ସମ୍ପର୍କରେ ଗ୍ରାମପଞ୍ଚାୟତ ଗୁଡିକ ଅବଗତ ହୋଈ ପାରୁନଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।ଠାକୁରମୁଣ୍ଡା ସରପଞ୍ଚ ଆଲୋକ ଦଙ୍ଗ,ଦିଗଧର ସରପଞ୍ଚ ମଳୟ ପରିମାଣିକ, ସାଲେଇବେଡା ସରପଞ୍ଚ ପେଲଙ୍ଗ ହୋ,ଧାତକିଡ଼ିହା ସରପଞ୍ଚ କରୁଣାକର ନାୟକ,ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ ,ଜରକ ସମିତି ସଭ୍ୟା ମନ୍ଦଦୋରୀ ନାଏକ ପ୍ରମୁଖ ଏମ ଜି ଏନ ଆର ଜିଏସ ଯୋଜନା କୁ ବର୍ଷା ଦିନ ପୂର୍ବରୁ  ତ୍ୱରାନ୍ୱିତ କରାଯିବା,ପାନୀୟଜଳ,ବର୍ଦ୍ଧକ୍ୟ/ ବିଧବା ଭତ୍ତା,ଶିଶୁ ବିକାଶ ଯୋଜନା ଗୁଡିକ ର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ହାତୀଗୋଡ଼ା ସମିତି ସଭ୍ୟ ପ୍ରତାପ ନାୟକ ତାଙ୍କ ଗ୍ରାମପଞ୍ଚାୟତ ରେ ବର୍ଦ୍ଧକ୍ୟ ପାଇଁ ଲୋକେ ଆବେଦନ କରିଥିଲେ ମଧ୍ୟ ଭତ୍ତା ଦିଆ ଯାଉ ନଥିବା ର ଅଭିଯୋଗ କରିଥିଲେ।ସେହିପରି ସାଲେଇବେଡା ସରପଞ୍ଚ ଜଣେ ବ୍ୟକ୍ତିଙ୍କ ୧୦ ମାସର ଭତ୍ତା ପଇସା ଅନ୍ୟଜଣ ଙ୍କ ଏକାଉଣ୍ଟ କୁ ଚାଲି ଯାଇଥିବା ନେଇ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ।ବୈଠକରେ ଠାକୁରମୁଣ୍ଡା ଓ ମହୁଲଡ଼ିହା ସମିତି ସଭ୍ୟ କେତେକ ପ୍ରଶ୍ନ ଉସ୍ଥାପନ କରିବାକୁ ଯିବାରୁ ବୈଠକରେ ଅଧକ୍ଷତା କରୁଥିବା ଅଧକ୍ଷା ତାଙ୍କ ବିନା ଅନୁମତିରେ ପ୍ରଶ୍ନ କରିପାରିବେ ନାହିଁ ବୋଲି ସଦସ୍ୟ ମାନଙ୍କୁ କହିଥିଲେ।ଫଳରେ କିଛି ସମୟ ପାଇଁ ବୈଠକରେ ବକବିତଣ୍ଡା ହୋଇଥିଲା।ବୈଠକରେ ଶିକ୍ଷା, ପଶୁ ସମ୍ପଦ, ପାନୀୟ ଜଳ,ସାଧାରଣ ବଣ୍ଟନ, ଶିଶୁ ବିକାଶ,ବର୍ଦ୍ଧକ୍ୟ ଭତ୍ତା,ଉନ୍ନୟନ ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା।

Leave A Reply