ଠାକୁରମୁଣ୍ଡା -11/3 : ଗ୍ରାମାଞ୍ଚଳରେ ଏସଏଚଜି ମଧ୍ୟରେ ନେତୃତ୍ୱ ଏକ ଗୁରୁତର ସଙ୍କଟ l ନେତୃତ୍ୱ ଅଭାବରୁ ଏସଏଚଜି ଗୁଡିକ ଦିଶାହୀନ ଭାବେ ଅଗ୍ରସର ହେଉଛନ୍ତି l ଫଳରେ ଲକ୍ଷ୍ୟ ହାସଲ ବାଧାପ୍ରାପ୍ତ ହେଉଛି l ତେଣୁ ନେତୃତ୍ୱ ବିକାଶ ଗୁରୁତ୍ୱପୂର୍ଣ୍ଣ ବୋଲି ନାବାର୍ଡ ସହାୟତାରେ ଆୟୋଜିତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାବାର୍ଡ ସହକାରୀ ମହାପ୍ରବନ୍ଧକ ସ୍ମୃତିରଞ୍ଜନ ପଟ୍ଟନାୟକ କହିଛନ୍ତି l ସ୍ବେଛାସେବୀ ସଂଗଠନ ଆରଆରଡିଓ ଦ୍ୱାରା 10 ତାରିଖରେ ଦାନୁଆବାଲିପୋଷି ଗ୍ରାମରେ ଆୟୋଜିତ ତାଲିମ ଶିବିରରେ 4 ଟି ଗ୍ରାମର ଏସଏଚଜି ମହିଳା ଭାଗ ନେଇ ତାଲିମ ଗ୍ରହଣ କରିଥିଲେ l
ସମ୍ମାନିତ ଅତିଥି ତଥା ସମ୍ବଳ ବ୍ୟକ୍ତ ଭାବେ ସହକାରୀ କୃଷି ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତ ଯୋଗଦେଇ ସରକାରଙ୍କ ଯୋଜନା ସମ୍ପର୍କରେ ବିଶେଷ ବିବରଣୀ ରଖୁନଥିବାରୁ ମହିଳା ମାନେ ସରକାରୀ ସହଯୋଗ ନେଇ ନପାରି ପଛୁଆ ରହିଯାଉଥିବା ଉପଲବଧି କରୁଥିବା କହିଥିଲେ l ତେଣୁ ସରକାରୀ ବିଭାଗ ସହିତ ଯୋଗାଯୋଗ ରଖି ସୁବିଧାର ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ l ଉଦ୍ୟାନ କୃଷି କ୍ଷେତ୍ରୀୟ କର୍ମଚାରୀ ଶୈଳେନ୍ଦ୍ର ପଲେଇ ଯୋଗଦେଇ ଏସଏଚଜି ମାନେ ଦଳଗତ ଭାବେ ସରକାରୀ ସହାୟତା ପାଇଁ ଆଗଭର ହେଉନଥିବାରୁ ସେମାନଙ୍କୁ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ l ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସଂଯୋଜକ ସୁକାନ୍ତ କୁମାର ସାହୁ ଯୋଗଦେଇ ସଂଚୟ, ଋଣ, ବୀମା ଆଦି ସେବା ସହିତ କିପରି ଛୋଟ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ ତାର ଆଲୋଚନା କରିଥିଲେ l
ଏଥିପାଇଁ ଶିକ୍ଷା, ତାଲିମ ନେତୃତ୍ୱ ବିକାଶ ଉପରେ ସେ ପ୍ରାଧାନ୍ୟ ଦେଇଥିଲେ l ଆରଆରଡିଓ ସଂଯୋଜିକା ନମିତା ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ତାଲିମ ଶିବିରରେ 52 ଜଣ ମହିଳା ଯୋଗଦେଇ ତାଲିମ ଗ୍ରହଣ କରିଥିଲେ
