Odisha news

ଠାକୁରମୁଣ୍ଡାରେ ୮୨ ମିମି ବର୍ଷା

0
ଠାକୁରମୁଣ୍ଡା -25/10: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ବାତ୍ୟା ଦାନା ପ୍ରଭାବରେ ବର୍ଷା ଜାରି ରହିଛି l 24 ତାରିଖ ସନ୍ଧ୍ୟା ରୁ ଧୀରେ ଧୀରେ ବର୍ଷା ଆରମ୍ଭ ହୋଇଥିଲା l ବର୍ଷାର ପ୍ରକୋପ ଅଧିକ ନଥିଲେ ମଧ୍ୟ ନିରବଛିନ୍ନ ବର୍ଷା ଲାଗି ରହିବାରୁ 25 ତାରିଖ ସନ୍ଧ୍ୟା ଯାଏଁ ୮୨ ମିମି ବର୍ଷା ରେକର୍ଡ କରାଯାଇଛି l ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ତରଫରୁ ଭେଜିଡିହା ଠାରେ ଥିବା ପାଣିପାଗ କାର୍ଯ୍ୟାଳୟ ଏହି ରେକର୍ଡ କରିଛି l ବର୍ଷା ବନ୍ଦ ହୋଇନଥିବାରୁ ଆହୁରି ଅଧିକ ବର୍ଷା ଆକଳନ କରାଯାଉଛି l ପବନ ନଥାଇ ବର୍ଷା ହେଉଥିବାରୁ ଚାଷ ଅଧିକ କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ବର୍ଷା ଲାଗିରହିଲେ ପାଚିଲା ଧାନ କ୍ଷତି ହେବ ବୋଲି ଚାଷୀକୁଳ ପ୍ରକାଶ କରିଛନ୍ତି l ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକମାନଙ୍କୁ ବର୍ଷା ପାଇଁ ଛଡା ନଯାଇ ଖାଦ୍ୟ ଯୋଗାଇ ଦିଆଯାଉଛି l
Nalco
Leave A Reply