Odisha news

ନାତୁଣୀ କୁ ନେଇ ଫେରାର ମାରିଲେ ଅଜା 

0
ଠାକୁରମୁଣ୍ଡା -25/10 : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କୁଳିପଶି  ଗ୍ରାମ ପଞ୍ଚାୟତ  ର ଜଣେ ନାବାଳିକା ( ୧୬) ଝିଅ କୁ ନେଇ ଫେରାର ମାରିଥିଲେ ଅଜା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି କୁଳିପଶି ଗ୍ରାମ ପଞ୍ଚାୟତ ଏକ ଗ୍ରାମ ରେ। ରୁଡଙ୍ଗ ଗ୍ରାମର ଧିରଜ ପାତ୍ର (୪୫)ଗୟା ରେ ରହି କାମ କରନ୍ତି। ତାଙ୍କର ସ୍ତ୍ରୀ ଅନ୍ୟ ଏକ ଯୁବକ ସହିତ ଫେରାଇ ହୋଇ ଯାଇଛନ୍ତି। ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି। ସେ ମଙ୍ଗଳବାର ଦିନ ରାତି ୧୦ଟା ସମୟରେ ନିଜ ଭଣଜା ର  ନାବାଳିକା ଝିଅ କୁ ଏକ ବାଇକ ରେ ବସାଇ ଛୁ ମାରିଥିଲା। ପରିବାର ଲୋକ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ଝିଅକୁ ପାଇନଥିଲେ। ପରିବାର ଲୋକ ଏ ଵାବଦରେ କରଞ୍ଜିଆ ଥାନା ରେ ଅଭିଯୋଗ କରିଥିଲେ। କୈାଣସି ସୁତ୍ରରୁ ସୂଚନା ପାଇଁ ଠାକୁରମୁଣ୍ଡା ବ୍ଲକ ରାସ୍ତାରେ ଥିବା ଏକ ଘର ଭିତରୁ ରସିକିଆ ଅଜା ଏବଂ ନାତୁଣୀ କୁ ଦେଖି ଠାକୁରମୁଣ୍ଡା ଥାନା ପୋଲିସକୁ ଖବର ଦେଇଥିଲେ। ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଜା ଏବଂ ନାତୁଣୀକୁ ଥାନାକୁ ନେଇ ଆସିଥିଲେ। ନାବାଳିକାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପରିବାର ଲୋକ ଭର୍ତ୍ତି କରିଥୁଲେ। କରଞ୍ଜିଆ ଥାନା ପୋଲିସ ଠାକୁରମୁଣ୍ଡା ଥାନା ରେ ପହଂଚି ଅଜା ଏବଂ ନାତୁଣୀ କୁ କରଞ୍ଜିଆ ଥାନା କୁ ନେଇ ତଦନ୍ତ ଜାରି ରଖିଛନ୍ତି। ନାବାଳିକା ପିତା ଙ୍କ ରିପୋର୍ଟ ଆଧାରରେ କରଞ୍ଜିଆ ଥାନା ପୋଲିସ କେଶ୍ ନଂ ୩୩୩/୨୦୨୪ ଦଫା ୧୩୭(୧)ବି ଏନ୍  ଏସ  ରେ ଏକ ଅପହରଣ ମାମଲା ରୁଜୁ କରି ରସିକିଆ ଅଜାକୁ ଅଟକ ରଖି ପଚରାଉଚରା କରୁଛି l

Leave A Reply