Odisha news

ଗ୍ରାମୀଣ ଡାକସେବକ ସଂଘର ଧର୍ମଘଟ 

0
ଠାକୁରମୁଣ୍ଡା : ଅଲ୍ଇଣ୍ଡିଆ ଗ୍ରାମୀଣ ଡାକ ସେବକ ସଂଘର ଆହ୍ଵାନକ୍ରମେ ୫ ଦଫା ଦାବି ନେଇ ଠାକୁରମୁଣ୍ଡା ଗ୍ରାମୀଣ ଡାକ ସେବକ ମାନେ ୧୨ ତାରିଖ ଠାରୁ ଧର୍ମ ଘଟ ଆରମ୍ଭ କରିବା ସହ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆରମ୍ଭ କରିଛନ୍ତି। ଫଳରେ ଡାକ ବିଭାଗ ସମ୍ପର୍କିତ ସମସ୍ତ ସେବା ଓ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି। ସଂଘର ଦାବିଗୁଡିକ: ଗ୍ରାମୀଣ ଡାକ ସେବକ ଙ୍କ କାର୍ଯ୍ୟ ଦୈନିକ  ୮ ଘଣ୍ଟା ଡ୍ୟୁଟି,ପ୍ରତି ୧୨ ବର୍ଷ ରେ ଆର୍ଥିକ ପଦୋନ୍ନତି,ଡାକ ସେବକଙ୍କୁ ୫ ଲକ୍ଷ ସ୍ବାସ୍ଥ୍ୟ ବୀମା, ପେନସନ ଓ ଗ୍ରଚ୍ଯୁଟି ପ୍ରଦାନ ଦାବିରଖି ଧର୍ମ ଘଟ ଆରମ୍ଭ ହୋଇଛି । ଆନ୍ଦୋଳନ ରେ ଅଂଜନ କୁମାର ବାରିକ, ମହେନ୍ଦ୍ର ମାଝୀ,ଅର୍ଜୁନ ମହାନ୍ତ, ମିହିର ରାଉଳ, ଲୋକନାଥ ନାଏକ, ଅନିତା ବେହେରା, ପ୍ରଜ୍ଞାପ୍ରଭା ପାତ୍ର, ଶୁଭଶ୍ରୀ ରାମ,ଅନନ୍ଯା ପତି, ସୋନାଲି ନାଏକ, ମାଳତୀ ସିଂଙ୍କୁ, ଅର୍ପନ୍ନା ମଲ୍ଲିକ, ଧରଣୀଧର ଦାସ, ମନୋଜ ମହାନ୍ତ, ରଂଜିତ ରଂଜନ ପାତ୍ର, ବନମାଳି ମହାନ୍ତ, ବାଦଲ ମୁର୍ମୁ,ଜୟନ୍ତ ନାଏକ, ମାନସ ଜେନା, ସୀତାରାମ ଖୁଣ୍ଟିଆ, ଖିରୋଦ ନାଏକ, କେଶବ ପାତ୍ର, ଦେବାଶିଷ ଦତ୍ତ, ମୁନ୍ନା ଗଡସେରା ପ୍ରମୁଖ ଧର୍ମଘଟର ସାମିଲ ହୋଇଛନ୍ତି । ଠାକୁରମୁଣ୍ଡା ବ୍ଲକ ୧୭ଟି ଶାଖା ଡାକ ଘରରେ କାର୍ଯ୍ୟ ବନ୍ଦ ଅଛି।
Nalco
Leave A Reply