Odisha news

ମୁକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ

0
ଠାକୁରମୁଣ୍ଡା -26/11 :  ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗ୍ରାମରେ ଜନୈକ ପ୍ରାପ୍ତ ବୟସ୍କା ଯୁବତୀଙ୍କୁ ଧର୍ଷଣ ଅଭିଯୋଗରେ ବିଶ୍ୱନାଥ ହାଇବ୍ରୁ(55) ନାମକ ଜନୈକ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଯୁବତୀ ଜଣକ ମୁକ ଏବଂ ଅପରାଧୀ ବିଶ୍ୱନାଥ ଧମକ ଦେଇଥିବାରୁ ଯୁବତୀ ଭୟରେ ୧୭ ଦିନ ପରେ ପରିବାରରେ ଜଣାଇବାରୁ ଥାନାରେ ଏତଲା ଦାଏର ହୋଇଛି l ଘଟଣାରୁ ପ୍ରକାଶଯେ ନଭେମ୍ବର ୮ ତାରିଖରେ ମୁକ ଯୁବତୀ ସାନ ଭଉଣୀ ସହ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବିଶ୍ୱନାଥ ଅନ୍ୟତ୍ର ଡାକି ନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲା l ବିଶ୍ୱନାଥ ଘଟଣା କେଉଁଠି ବି ପ୍ରକାଶ କଲେ ମାରି ଦେବାର ଧମକ ମଧ୍ୟ ଦେଇଥିଲା l ଫଳରେ ଯୁବତୀ ଭୟରେ 25 ତାରିଖରେ ଘରେ ଜଣାଇଥିଲା l 25 ତାରିଖରେ ହିଁ ପରିବାର ପକ୍ଷରୁ ଥାନାରେ ଏତଲା ଦାଏର ହୋଇଥିଲା l ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରି ବିଶ୍ୱନାଥକୁ ଗିରଫ କରିବା ସହ ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି l ମହୁଲଡିହା ଥାନା କେଶ ନଂ ୬୬ ଧାରା 376(1), 506 ବଳରେ ମୋକଦ୍ଦମା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିବା ସହ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି l
Leave A Reply