Odisha news

“ଆମେ ଜାଣିବା ଆମେ ଜାଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ।

0
ଠାକୁରମୁଣ୍ଡା୨୬/୯ : ବାଉଁଶଡିହା ଆଶ୍ରମ ବିଦ୍ୟାଳୟରେ “ଆମେ ଜାଣିବା ଆମେ ଜାଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିକାଶ ମୂଳକ ଯୋଜନା ମଧ୍ୟରେ ଶିକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ। ରାଜ୍ୟ ବ୍ୟାପୀ ଶିକ୍ଷା ର ସମ୍ପ୍ରସାରଣ ପାଇଁ ବିଭିନ୍ନ ଯୋଜନା ସରକାର ହାତକୁ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଠାକୁରମୁଣ୍ଡା ବ୍ଲକ‌ ଅଧୀନ ବାଉଁଶଡିହା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଆଶ୍ରମ ବିଦ୍ୟାଳୟରେ ପ୍ୟାରେଣ୍ଟ ଆଜ ପାଟନର୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାନାରା ସଭାପତିତ୍ବ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଲୋକ ମାଝୀ  ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଗିରି ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ନାଏକ ବିଇଓ  ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁ,ସୁଶାନ୍ତ କୁମାର ପାତ୍ର(ରାଜସ୍ବ ନିରୀକ୍ଷକ, ତାଳପଦା),  ସାବିତ୍ରୀ ଦଳେଇ ଓ ଚାନ୍ଦମଣି ସିଂଙ୍କୁ   (ମହିଳା ଶିଶୁ ବିକାଶ ଯୋଜନାର କର୍ମଚାରୀ), ରଜତ କୁମାରସେଠୀ ପିଇଓ, ସୁଜନ କୁମାର ନରେନ୍ଦ୍ର ଉଦ୍ଯାନ ବିଭାଗ, ତପନ ମହାନ୍ତ ଫରେଷ୍ଟର ଠାକୁରମୁଣ୍ଡା      ସୌଦାମିନୀ ମହାନ୍ତ ସ୍ବାସ୍ଥ୍ୟକର୍ମୀ,ମିଶ୍ର ଗିରୀ ବିଦ୍ୟାଳୟ ପରିଚାଳନା ସମ୍ପାଦକ ଯୋଗ ଦେଇ ସରକାରଙ୍କ ଉପରୋକ୍ତ ବିଷୟବସ୍ତୁ ସଂପର୍କରେ ବିସ୍ତୃତ  ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଶିକ୍ଷକ ସୁଶାନ୍ତ କୁମାର ସେଠୀ ସଭା ପରିଚାଳନା ଓ ଅତିଥ ପରିଚୟ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଦେବାଶିଷ ସିଂ,ଗୋପାଲ ଚନ୍ଦ୍ର ମହାନ୍ତ, ଅର୍ଜୁନ ଚରଣ ଜେନା, ପୁଣ୍ତାରିକ୍ଷ ମହାନ୍ତ ଓ ମେଟ୍ରୋନ/ରୋଷେୟା ମାନେ ସମସ୍ତ ବିଭାଗରେ ସହଯୋଗ  କରିଥିଲେ।
ଚକ୍ରଧର ଦାସ

Leave A Reply