Odisha news

ଅବକାରୀ ଚଢ଼ାଉ 150 ଲିଟର ମଦ,1520 କିଗ୍ରା ପୋଚ ଜବତ

0
ଠାକୁରମୁଣ୍ଡା -17/8 :  ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ ଫଳରେ ବିଭିନ୍ନ ସ୍ଥାନରୁ 150 ଲିଟର ଦେଶୀ ମଦ ଏବଂ 1520 କିଗ୍ରା ର ମହୁଲ ପୋଚ ଜବତ କରିଛି l ୩ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଏକ ସ୍ଥାନରୁ ଆସାମୀ ଫେରାର ହୋଇଯାଇଛନ୍ତି l
ଘଟଣାରୁ ପ୍ରକାଶଯେ ଭୋର ସମୟରେ ଅବକାରୀ ଥାନାଧିକାରିଣୀ ଭାରତୀ ନାୟକଙ୍କ ନେତୃତ୍ୱରେ ଚଢ଼ାଉ ଆରମ୍ଭ ହୋଇଥିଲା l ପ୍ରଥମେ ଗହଣ୍ଡିଆ ଗ୍ରାମ ସରାଶପଶି ଗ୍ରାମରେ ଚଢ଼ାଉ କରି 10 ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ 320 କିଗ୍ରା ମହୁଲ ପୋଚ ନଷ୍ଟ କରିଥିଲେ l ମାତ୍ର ଆସାମୀ ଧାନେଇ ସୋରେନ ଫେରାର ହେବାକୁ ସକ୍ଷମ ହୋଇଥିଲେ l କେଶ ନମ୍ବର 74/2023 ବଳରେ ମୋକଦ୍ଦମା ରୁଜ୍ଜୁ ହୋଇ ଅନୁସନ୍ଧାନ ଚାଲିଛି l ସେହିପରି କଳାଶିରା ଗ୍ରାମରେ ଚଢ଼ାଉ କରି ମୁକୁନ୍ଦ କୁଲଡି ନିକଟରୁ 20 ଲିଟର ଦେଶୀ ମଦ ଜବତ କରିଛନ୍ତି l କେଶ ନଂ 75 ବଳରେ ଆସାମୀକୁ ଗିରଫ କରାଯାଇଛି l ଆମ୍ବବେଡା ଗ୍ରାମରେ ଚଢ଼ାଉ କରି ପାର୍ବତୀ ହାଁସଦା ନିକଟରୁ ମଧ୍ୟ 20 ଲିଟର ଦେଶୀ ମଦ ଜବତ କରି କେଶ ନମ୍ବର 76 ବଳରେ ମୋକଦ୍ଦମା ରୁଜ୍ଜୁ ହୋଇଛି l ଆମ୍ବବେଡା ଗ୍ରାମରେ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରି ବାସନ୍ତୀ ହାଁସଦାଙ୍କ ନିକଟରୁ 20 ଲିଟର ଦେଶୀ ମଦ ଜବତ ହେବା ସହ କେଶ ନଂ 27 ବଳରେ ମୋକଦ୍ଦମା ରୁଜ୍ଜୁ ହୋଇଛି l ସେହିପରି ସରାଶପୋଷି ଜଙ୍ଗଲ ନିକଟ ପୋଖରୀ ନିକଟରେ ମହୁଲି ମଦ ପ୍ରସ୍ତୁତି ସମୟରେ ଚଢ଼ାଉ କରି 80 ଲିଟର ଦେଶୀ ମଦ ଜବତ କରିବା ସହିତ 1200 କିଗ୍ରା ପୋଚ ଜବତ କରି ନଷ୍ଟ କରାଯାଇଛି l ଏହି ଘଟଣାରେ କେଶ ନଂ 78 ବଳରେ ମୋକଦ୍ଦମା ରୁଜ୍ଜୁ ହୋଇଥିବା ବେଳେ ଆସାମୀ ଧରାପଡ଼ିନାହାନ୍ତି l ଚଢ଼ାଉରେ ଅବକାରୀ ଥାନା ଅଧିକାରୀଣୀ ଭାରତୀ ନାୟକ, ଏ.ଏସ୍. ଆଇ ଦିଲ୍ଲୀପ କୁମାର ଟୁଡୁ,କନଷ୍ଟେବଳ ଚନ୍ଦ୍ରକାନ୍ତ ମୁଦୁଲି,ସଶ୍ମିତା ବେହେରା,କରଞ୍ଜିଆ ଅବକାରୀ ଥାନା ର ପିଥ ନାଥ ମୁର୍ମୁ ,ଅଂଶୁମାନ ପରିଡା,ରାଜେଶ କୁମାର ଦାସ, ଆଲୋକ ସୁତାର ପ୍ରମୁଖ ସାମିଲ ହୋଇଥିଲେ l
Leave A Reply