ଭାରତର ପଡୋଶୀ ଦେଶ ଥାଇଲ୍ୟାଣ୍ଡ କମ୍ବୋଡିଆ ର ସୈନ୍ୟ ଶିବିର ଉପରେ ଏୟାରଷ୍ଟ୍ରାଇକ କରିଛି, ଏହା ପୂର୍ବରୁ କମ୍ବୋଡିଆ ପକ୍ଷରୁ ବୋମା ବର୍ଶଣ ହୋଇଥିଲା ଏବଂ ଏଥିରେ ୩ ଥାଇ ନାଗରିକ ଙ୍କ ମୃତ୍ୟୁ ହୋଇଥିଲା, ଏବଂ ଦୁଇ ଆହତ ହୋଇଥିଲେ l ବର୍ତମାନ ଦୁଇ ପଡୋଶୀ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଛି, ଥାଇଲ୍ୟାଣ୍ଡ କହିଛି ଯେ ସେ F 16 ରେ କମ୍ବୋଡିଆ ଉପରେ ଫାୟାର କରିଥିଲା ଏବଂ ଗୋଟିଏ ସୈନ୍ୟ ଶିବିର ମଧ୍ୟ ନଷ୍ଟ ହୋଇଛି, ଉଭୟ ଦେଶ ଉଭୟଙ୍କ ଉପରେ ଉସୁକାଇବା ର ଆରୋପ ଲଗାଇଛନ୍ତି, ବିଶେଷ କଥାଟି ହେଲା ଏହି ଘଟଣା ଗୋଟିଏ ଶିବ ମନ୍ଦିର କୁ ନେଇ ଦେଖା ଦେଇଛି, ଏବଂ ଉଭୟ ଦେଶ ହେଉଛନ୍ତି ବୌଧ ଧର୍ମ ଗ୍ରହଣ କରିଥିବା ଦେଶ , କିନ୍ତୁ ଉଭୟ ଦେଶ ଙ୍କ ମଧ୍ୟରେ ଏହି ଉତେଜନା ପ୍ରାଚୀନ ଶିବ ମନ୍ଦିର କୁ ନେଇ ହୋଇଛି l
ଗୁରୁବାର ସକାଳୁ ଥାଇଲ୍ୟାଣ୍ଡ ଏବଂ କମ୍ବୋଡିଆ ମଧ୍ୟରେ ବର୍ଡ଼ର ଉପରେ ହିଂସା ଦେଖା ଦେଇଥିଲା, ଉଭୟ ଦେଶ ଉଭୟଙ୍କ ଉପରେ ହିଂସା କରିଥିବାର ଆରୋପ ଲଗାଇଛନ୍ତି, ଉଭୟ ଦିଶଙ୍କ ମଧ୍ୟରେ ବିବାଦିତ ସୀମା କୁ ନେଇ ଉତେଜନା ବହୁ ପୂର୍ବରୁ ହୋଇଥିଲା, ବର୍ତମାନ ଥାଇଲ୍ୟାଣ୍ଡ ଦୂତାବାସ ନିଜ ନାଗରିକ ଙ୍କୁ କମ୍ବୋଡିଆ ଛାଡିବାକୁ କୁହାଯାଇଛି, ଥାଇଲ୍ୟାଣ୍ଡ ବର୍ଡ଼ର ପାର କରିବା ଉପରେ ବ୍ୟାନ ଲାଗିଛି l
କାହିଁକି ଏହି ମନ୍ଦିର ଚର୍ଚା ରେ ଆସିଛି –
ପ୍ରାଚୀନ ପ୍ରୀହ ବିହାର ମନ୍ଦିର ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ର ସୀମା ଉପରେ ହୋଇଛି, ଏହା ଭଗବାନ ଶିବ ଙ୍କୁ ସମର୍ପିତ ଅଟେ, ଏହା ୧ ହଜାର ବର୍ଷ ପୁରୁଣା ମନ୍ଦିର ଅଟେ, ଯାହାକି ଏହି ଉତେଜନା ର କାରଣ ଅଟେ, ପାହାଡ଼ ଉପରେ ନିର୍ମିତ ଏହି ମନ୍ଦିର ଟି ୟୁନେସ୍କୋ ତାଲିକା ରେ ସାମିଲ ରହିଛି, ଥାଇଲ୍ୟାଣ୍ଡ ଏହି ମନ୍ଦିରର ପାର୍ଶ୍ୱ ଅଞ୍ଚଳ ଉପରେ ଦାବି କରିଆସୁଛି l