ରାମ ମନ୍ଦିରର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର : ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ଅଧାଦିନର ଛୁଟି ଘୋଷଣା
ନୂଆଦିଲ୍ଲୀ: ରାମ ମନ୍ଦିରର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
ମନ୍ଦିର ଉଦଘାଟନକୁ ଅଳ୍ପ କିଛିଦିନ ବାକି ରହିଥିବା ବେଳେ ଏହାର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରୀଙ୍କ ମତାମତ ନେଇଛନ୍ତି। ଏଥିସହିତ ମନ୍ତ୍ରୀମାନଙ୍କୁଜାନୁଆରି ୨୨ ତାରିଖ ଦିନ ଦୀପାଳି ଭଳି ଉତ୍ସବ ପାଳନ ପାଇଁ କୁହାଯାଇଛି।
କେବଳ ଏତିକି ନୁହେଁ ଲୋକଙ୍କୁ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଘରେଘରେ ଦୀପ ଜାଳିବା ପାଇଁ କୁହାଯାଇଛି। ଏଥିସହିତ ମନ୍ତ୍ରୀମାନଙ୍କୁ ନିଜନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଜାନୁଆରି ୨୨ ତାରିଖ ପରେ ଟ୍ରେନଯୋଗେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରାଇବାକୁ କୁହାଯାଇଛି।