ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ପାତ୍ର କଲୋନୀରେ ରହୁଥିବା ଏକ ଗରିବ ପରିବାରର ମମି ସାହୁ (୨୨) ନାମକ ଏକ ଯୁବତୀ କୌଣସି କାରଣରୁ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଆତ୍ମହତ୍ୟା କରିଛନ୍ତି । ଏନେଇ ପରିବାର ପକ୍ଷରୁ ଟିକାବାଲି ଥାନାରେ ଏତଲା ଦେବାପରେ ପୁଲିସ୍ ଘଟଣା ସ୍ଥଳରେପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।
ଫୁଲବାଣୀରେ ଶବ ବ୍ୟବଚ୍ଛେଦ ପରେ ଉକ୍ତ ଗରିବ ପରିବାରର ପୁଣିଥରେ ଟିକାବାଲି ନେଇ ଓ ସେଠାରେ ଶବ ସକ୍ରାର କରିବା ତାଙ୍କ ପକ୍ଷେ ସମ୍ଭବ ନଥିବା ଯୋଗୁଁ ଏ ସଂପର୍କରେ ମୃତ ଯୁବତୀଙ୍କ ଭାଇ ମୁନା ସାହୁ ଆଜି ରାତ୍ରରେ ସ୍ୱେଚ୍ଛାସେବୀ ଯୁବ ସଂଗଠନ ଟିମ୍ ହୁ୍ୟମାନିଟି କନ୍ଧମାଳକୁ ଲିଖିତ ଭାବେ ଅବଗତ କରବା ପରେ ଏଥିର ସହାୟାତାର ହାତ ବଢାଇଥିଲା ଟିମ୍ ।
ଏକ ଅଟୋ ଦ୍ୱାରା ନାରାୟଣୀ ମନ୍ଦିର ନିକଟସ୍ଥ ଶ୍ମସାନରେ ହିନ୍ଦୁ ରିତିନୀତି ଅନୁସାରେ ଟିମ୍ ର ସଦସ୍ୟମାନେ ଉପସ୍ଥିତ ରହି ଶବ ସକ୍ରାର କରିଥିଲେ । ଏହି ଅବସରରେ ମୃତ ଯୁବତୀଙ୍କ ଭାଇ ସହିତ ସାଥିରେ ଆସିଥିବା ୩ ଜଣ ସହଯୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ସୁଚନା ଅନୁସାରେ , ଦୀର୍ଘଦିନ ହେଲା ଟିକାବାଲି ପାତ୍ର କଲୋନିରେ ଏହି ଗରିବ ପରିବାର ବସବାସ କରୁଥିବାର ମୃତ ଯୁବତୀଙ୍କ ଭାଇ ମୁନା ସାହୁ ପ୍ରକାଶ କରିଛନ୍ତି । ତାଙ୍କର ବାପା ଥିଲେ ମଧ୍ୟ ସେ ଅନ୍ୟତ୍ର ରହୁଥିବା ଯୋଗୁଁ ତାଙ୍କ ସହିତ ଏହି ମାନଙ୍କର କୌଣସି ପ୍ରକାର ସଂପର୍କ ନଥିବା ବେଳେ ନିଜେ ମୁନା ମୂଲଲାଗୁଥିବା ବେଳେ ମାଆ ଅନ୍ୟ ଠାରେ କାମ କରି ପରିବାର ଚାଲିଥିଲା । ମୁନା ପୂର୍ବରୁ ହୋଟେଲ୍ରେ କାମ କରୁଥିଲେ ମଧ୍ୟ ବର୍ତ୍ତମାନ ଲକ୍ଡ଼ାଉନ୍ ଯୋଗୁଁ ହୋଟେଲ୍ ବନ୍ଦ ଥିବାରୁ ସେ ମୁଲଲାଗୁଥିବାର ପ୍ରକାଶ କରିଛନ୍ତି ।
ସବୁଦିନ ପରି ଆଜି ମଧ୍ୟ ମାଆ ଓ ପୁଆ କାମ କରିବା ପାଇଁ ବାହାରକୁ ଚାଲିଯାଇଥିଲେ । ତେବେ ମାଆ ସକାଳ ପ୍ରାୟ ୯.୩୦ରେ ଘରକୁ ଆସି କବାଟ ବାଡ଼େଇଥିଲେ ମଧ୍ୟ ଘର ମଧ୍ୟରେଥିବା ଝିଅ କବାଟ ଖୋଲିନଥିଲେ । ତେବେ ସନେ୍ଦହରେ କବାଟ ଭାଙ୍ଗିବା ବେଳେ ଯୁବତୀ ଜଣକ ନିଜ ଘରର କାଠଭାଡାରେ ନିଜ ବେକରେ ଗାମୁଛା ଲଗେଇ ଆତ୍ମ ହତ୍ୟା କରିଥିଲା ।
ପରେ ଏନେଇ ଟିକାବାଲି ଥାନାରେ ଏତଲା ଦେଇଥିଲେ ଏତଲା ପରେ ପୋଲିସ ସେଠାରେ ପହଂଚି ଶବକୁ ବ୍ୟାଛେଦ ପାଇଁ ଫୁଲବାନୀ ଡାକ୍ତରଖାନାକୁ ପାଇ ଏକ ଅପମୃତୁ୍ୟ ମାମଲା ରୁଜ୍ୁଜୁ କରିଥିଲା । ତେବେ ବ୍ୟବଛେଦ ପରେ ଶବକୁ ପରିବାଲୋକେ ଶବକୁ ନେଇ ସକôାର କରିବାନେଇ ଅସମର୍ଥତା ବ୍ୟକ୍ତ କରିବାପରେ କନ୍ଧମାଳ ଟିମ ହୁ୍ୟମାନିଟି ପକ୍ଷରୁ ଏହିଭଳି ସହାୟତା କରାଯାଇଥିଲା । ଟିମର ଏତାଦୃଶ କାର୍ଯ୍ୟରେ ସାଧାରଣରେ କର୍ମକର୍ତା ମାନଙ୍କୁ ପ୍ରଶଂସା କରାଯାଇଛି ।