ସରକାରଙ୍କ ନିୟମକୁ ଉଲଙ୍ଘନ କରୁଛନ୍ତି ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀ , ଲକଡାଉନ ବେଳେ ଲୋକଙ୍କଠାରୁ ଋଣ ଅଦାୟ କରୁଛନ୍ତି
ଫୁଲବାଣୀ (Santosh mishra): ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲକଡାଉନ ବେଳେ ଲୋକଙ୍କର ଅଧିକାଂଶ ଲୋକଙ୍କ ରୋଜଗାରରେ ବାଧା ସୃଷ୍ଟି ହେବା ନେଇ ପୁର୍ବାନୁମାନ କରି କେନ୍ଦ୍ର ସରକାର ଆଗୁଆ ଭାବରେ ଖାଉଟି କାର୍ଡ ଧାରୀମାନଙ୍କୁ ୩ ମସର ଖାଦ୍ୟ ସାମଗ୍ରୀ ଦେବା ସହ ସେମାନଙ୍କର ଖଚର୍ଚ୍ଚ ପାଇଁ ଜନଧନ ଆକାଉଣ୍ଟ ଧାରୀ ମାନଙ୍କ ବ୍ୟାଙ୍କ ଖାତାକୁ ୫ ଶହ ଟଙ୍କା,ଖାଉଟି କାର୍ଡ ଧାରୀ ମାନଙ୍କୁ ୧ ହଜାର ଟଙ୍କା ସହିତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ଭଳି ଆହୁରି ଅନେକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ସ୍ୱଂୟ ସହାୟୀକା ଗୋଷ୍ଠୀ ମାନଙ୍କୁ ସେମାନେ ନେଇ ଥିବା ଋଣର କିସ୍ତିକୁ ମଧ୍ୟ ୩ ମାସ ପରେ ନେବାପାଇଁ ନିଦେ୍ର୍ଦଶ ଦେଇଛନ୍ତି ତେବେ ଏହି ଆଦେଶକୁ ଜିଲାର ଗ୍ରାମାଂଚଳରେ ଥିବା ମହିଳା ସ୍ୱଂୟ ସହାୟୀକା ଗୋଷ୍ଠୀ ମାନଙ୍କୁ ଋଣ ଦେଇଥିବା ବ୍ୟାଙ୍କ ଏବଂ ମାଇକୋ୍ର ଫାଇନାନ୍ସ ସଂସ୍ଥା ଗୁଡିକ ସରକାରଙ୍କ ନିୟମକୁ ଉଂଲଘନ କରି ସେମାନଙ୍କଠାରୁ ଏହି ଭଳି ପରିସ୍ଥିତିରେ ମଧ୍ୟ ସେମାନଙ୍କ ନିର୍ଦ୍ଧାରିତ ସୁଦ୍ଧ ସମେତ ଦେଇଥିବା ଋଣ ଆଦାୟ କରୁଥିବା ଜଣାପଡିଛି । ସେଥିପାଇଁ ଲୋକେ ସେମାନଙ୍କର ଏହି ଅଭାବ ସମୟରେ ମଧ୍ୟ ନିଜନିଜର ଘରର କିଛି ଜିନିଷ ବନ୍ଧକ ରଖି ଏହି ଋଣ ପରିଷୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ତେବେ ଜିଲାର ବିଭିନ୍ନ ବ୍ଳକ ଓ ସଦରମହକୁମାରେ ମଧ୍ୟ ଏକାଧିକ ମାଇକୋ୍ର ଫାଇନାନ୍ସ ସଂସ୍ଥା ସ୍ୱଂୟ ସହାୟୀକା ଗୋଷ୍ଠୀ ମାନଙ୍କୁ ଦେଇଥିବା ଋଣ ସୁଦ୍ଧ ସମେତ ଠିକ ସମୟରେ ସଂଗ୍ରହ କରୁଛନ୍ତି । ଏପରିକି ଆବଶ୍ୟକ ସ୍ଥଳେ ସେମାନଙ୍କ ଗୃପର ବ୍ୟାଙ୍କ ଖାତାରେ ଥିବା ଜମା ଟଙ୍କାକୁ ସମ୍ପୁର୍ଣ୍ଣ ଭାବରେ ଉଠାଣ କରି ବ୍ୟାଙ୍କରେ ଖାତାକୁ କ୍ଲୋଜ କରି ମଧ୍ୟ ଋଣ ଅଅଦାୟ କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଜିଲାରେ କେତୋଟି ମାଇକୋ୍ର ଫାଇନାନ୍ସ ସଂସ୍ଥା କାର୍ଯ୍ୟକରୁଛି ସେହି ବାବଦରେ ଜିଲା ପ୍ରଶାସନ ଅବଗତ ନଥିବା ନେଇ ପୁର୍ବରୁ ସୁଚନା ଅଧିକାର ଆଇନ ଜରିଆରେ ଜଣାପଡିଛି ।
ଜିଲାରେ ସ୍ୱଂୟ ସହାୟୀକା ଗୋଷ୍ଠୀ ଗୁଡିକର ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଏହି ସଂସ୍ଥା ଗୁଡିକୁ ଅନୁମତି ଦେଇଥିବାବେଳେ ଏହି ସଂସ୍ଥାର କର୍ମଚାରୀ ମାନେ ଲୋକଙ୍କଠାରୁ ଗାଁ ସାହୁକାର ଭଳି ସେମାନଙ୍କୁ ଋଣ ଦେଇ ସେମାନଙ୍କ ଠାରୁ ମାତ୍ରାଧିକ ସୁଦ୍ଧ ସମେତ ଋଣ ସଂଗ୍ରହ କରୁଛନ୍ତି । ବର୍ତମାନ ଏହିଭଳି ଶଙ୍କଟମୟ ପରିସ୍ଥିତିରେ ସରକାରଙ୍କ ନିଦେ୍ର୍ଦଶପରେ ମଧ୍ୟ ଏହି ସଂସ୍ଥା ମାନଙ୍କ ସହିତ ବ୍ୟାଙ୍କ ମାନେ ମଧ୍ୟ ସ୍ୱଂୟ ସହାୟୀକା ଗୋଷ୍ଠୀ ମାନଙ୍କଠାରୁ ସେମାନଙ୍କର ଋଣ ପୌଠ କରିବାକୁ ବାଧ୍ୟ କରୁଛନ୍ତି । ଏଥିପାଇଁ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବୀ ହେଉଛି ।