ନୂତନ କରଞ୍ଜିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ
୨୮/୧୦ : ରାସମଣୀ ନାଏକଙ୍କ ସ୍ଥାନାନ୍ତର ପରେ କିଛି ମାସ ବିଶୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେକୃଷ୍ଣ ନାଏକ ଏହି ବ୍ଲକର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବା ପରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନିରଞ୍ଜନ ଦଳେଇ ଯୋଗଦାନ କରିଛନ୍ତି। ଆଜି ତାଙ୍କୁ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଠାରେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଯୋଜକ ଓ ଶିକ୍ଷକ ସଂଘ କାର୍ଯ୍ୟକର୍ତ୍ତା ମନମୋହନ ନାଏକ, ସଙ୍କଳନ ସେଠୀ, ନରୋତ୍ତମ ନାଏକ, ପ୍ରଦୀପ କୁମାର ପାତ୍ର, ହେମନ୍ତ କୁମାର ମହାନ୍ତ,ତରଣୀସେନ ପାତ୍ର, ଭୀଷ୍ମ କୁମାର ମହାନ୍ତ ତଥା ଅନ୍ୟାନ୍ୟ ଶିକ୍ଷକ ସଂଘ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ତେବେ ସେ ପୂର୍ବରୁ ଏହି ବ୍ଲକରେ ବହୁ ଦିନ ଶିକ୍ଷକତା କରିଥିବାରୁ ବ୍ଲକର ଭଲ ମନ୍ଦ ସମସ୍ତ ବିଷୟ ଉଣା ଅଧିକ ଜାଣିଛନ୍ତି। ତେଣୁ ତାଙ୍କର ଏହି ବହୁମୂଲ୍ୟ ଅଭିଜ୍ଞତାକୁ ଆଧାର କରି ସେ ତାଙ୍କର କାର୍ଯ୍ୟକାଳ ସମୟରେ ଏଠାରେ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ସେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ପୂର୍ବରୁ କାର୍ଯ୍ୟ ତୁଲାଇଥିଲେ।ସେ ଏଠାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଥିବାରୁ ଶିକ୍ଷକ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି
