୨୮/୧୦ : ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ବାରା ବଡ଼ ରାମଚନ୍ଦ୍ରପୁର ଗାଁର ବିସ୍ଥାପିତ ହୋଇଥିବା ଡାଳିମ୍ବ ନାଏକ ଆଜି ପର୍ଯ୍ୟନ୍ତ ସହାୟତା ରାଶି ନପାଇ ଥିବାରୁ ନିରାଶ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଆସନ୍ତା ୩୦ ତାରିଖରେ ବସିବାକୁ ଧମକ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୮ ତାରିଖ ରାଜ୍ୟ ଜଳସମ୍ପଦ ବିଭାଗ ଅତିରିକ୍ତ ସଚିବ ଆଲୋକ କୁମାର କରଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୨୧୦୧୮/୮/୮/୨୦୨୨ ଅନୁସାରେ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା କରଞ୍ଜିଆ ବ୍ଲକ ବଡ଼ ରାମଚନ୍ଦ୍ରପୁର,ବଡ଼ ବାରାକାମୁଡା, ଦେଵିଗଡ, ହାତୀବାରି, ସାନରାମଚନ୍ଦ୍ରପୁର,କଦଳୀବାଡି ,ଠାକୁରମାପାଟଣା ଓ ଶ୍ୟାମଚନ୍ଦ୍ରପୁର ଗାଁ ର ୫୫ ଜଣଙ୍କ ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେମାନଙ୍କ ମଧ୍ୟରୁ ମାତ୍ର କିଛି ଜଣଙ୍କୁ ଏହା ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ମିଳି ନାହିଁ। ଏହି ପରିପ୍ରେକ୍ଷୀରେ ବଡ଼ ରାମଚନ୍ଦ୍ରପୁର ଗାଁର ଡାଳିମ୍ବ ନାଏକ (୪୨)ପିତା ମୁକୁନ୍ଦ ନାଏକ ଯଦି ତାଙ୍କୁ ତାଙ୍କର ପ୍ରାପ୍ୟ ସହାୟତା ରାଶି ଆସନ୍ତା କାଲି ସୁଦ୍ଧା ନଦିଆଯାଏ ତେବେ ଆସନ୍ତା ରବିବାର ଦିନ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି ଧମକ ଦେଇଛନ୍ତି।ସେ ଏବିଷୟରେ କରଞ୍ଜିଆ ଥାନାକୁ ଚିଠି ମଧ୍ୟ ପ୍ରଦାନ କରିଛନ୍ତି ଓ ଚିଠି ପାଇଥିବା କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ସେଠୀ ପାଇଛନ୍ତି ବୋଲି କହିଥିଲେ।ସେ ଏବିଷୟରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସୂଚନା ଦେଇଛନ୍ତି ବୋଲି କହିଥିଲେ। ତେବେ ଆଜକୁ ୩୦ ବର୍ଷ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତିକ୍ରାନ୍ତ ହୋଇ ଥିବାରୁ ଏହି ସବୁ ପରିସ୍ଥିତି ଉପୁଜୁଛି। ତେଣୁ ଯେତେ ଶିଘ୍ର ଏହି ଗରୀଵ ଆଦିବାସୀ ମହିଳା ପରିବାରକୁ ତାଙ୍କ ସହାୟତା ରାଶି ପ୍ରଦାନ କରିବା ଆବଶ୍ୟକ
