Odisha news

ପ୍ରଧାନଶିକ୍ଷୟତ୍ରୀ ପଦ୍ମାବତୀ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

0

ଭଣ୍ଡାରିପୋଖରୀ : ସ୍ଥାନୀୟ ହାରାମଣି ବାଳିକା ଉଚ୍ଚବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷୟତ୍ରୀ ସ୍ୱର୍ଗତ ପଦ୍ମାବତୀ ମହାପାତ୍ରଙ୍କ ଦ୍ୱାଦଶାହ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସୋମବାର କାର୍ତ୍ତିକ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ନାଟ୍ୟକାର ବ୍ରଜକିଶୋର ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ ।

ଏଥିରେ ଜିଲ୍ଲାଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ଡେପୁଟି କଲେକ୍ଟର କୁମରବର ନାୟକ, କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ, ଅଧ୍ୟାପିକା ଉଷାରାଣୀ ଜେନା, ଆଇନଜୀବି ବିଷ୍ଣୁମୋହନ ମହାପାତ୍ର, ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ ଦାସ, ଉପେନ୍ଦ୍ର ପରିଡା ସ୍ୱର୍ଗତ ପ୍ରଧାନଶିକ୍ଷୟତ୍ରୀଙ୍କ ଆଦର୍ଶ ଗୁଣାବଳୀ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସମାଜସେବୀ ରଜନୀକାନ୍ତ ଚନ୍ଦ କୃତଜ୍ଞତା ଜ୍ଞାପନ କରିଥିଲେ । ପୁତ୍ର ପ୍ରତାପ, ବିକ୍ରମ, ପୂତ୍ରବଧୂ ସୌଦାମିନୀ, ବିଷ୍ଣୁପ୍ରିୟା ଆଦି ପରିବାର ଲୋକେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Nalco
Leave A Reply