ଛତ୍ରପୁର,୨୨/୩ ; ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ପରିସରରେ ଥିବା ରୁଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟତ୍ରୀଙ୍କ କର୍ମଶାଳା ଆଜି ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସମସ୍ତ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈ÷ଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଚାଷି ଯେପରି ଜମିରେ ଅଧିକ ଧାନ ଅମଲ ପାଇଁ ନୁଆ ନୁଆ ପ୍ରଣାଳୀ ଅବଲମ୍ବନ କରେ ଠିକ୍ ସେମିତି ପିଲାଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷକ ମାନେ ନୁଆ ନୁଆ ଶିକ୍ଷଣ ପଦ୍ଧତି ଆପଣେଇବା ଦରକାର । ପିଲାମାନେ ଖୁସିରେ ଭୟ ଶୁନ୍ୟ ପରିବେଶରେ ପଢିବେ ।
ପାଠ୍ୟ ପୁସ୍ତକରେ ଥିବା ବିଷୟକୁ ପିପିଟି ଭିଡିଓ ମାଧ୍ୟମରେ ପିଲାଙ୍କୁ ଦିଆଗଲେ ଶିକ୍ଷଣର ଟ୍ରାନ୍ସମିସନ୍ ହୋଇପାରିବ । କେବଳ ବିଦ୍ୟାଳୟର ପାଚେରୀ ଅଥବା ବାହାର ଚକାଚକ୍ ସୁନ୍ଦର ହୋଇଗଲେ ପିଲାଙ୍କ ଶିକ୍ଷଣର ବେଶ୍ ବୃଦ୍ଧି ହେବ ନାହିଁ । ଶ୍ରେଣୀ କଠୋରୀରେ ପିଲାଙ୍କ ଶିକ୍ଷଣ ବୃଦ୍ଧି ହେବା ଦରକାର । ଡିଜିଟାଲ ସ୍ମାର୍ଟକ୍ଲାସ୍ ମଧୁ ଆପ୍ ର କ୍ଲାସ ରୁମ୍ ରେ କାର୍ଯ୍ୟକାରୀ ହେବା ଦରକାର । ପିଲାଙ୍କ ପାଖରେ ମଧ୍ୟ ଏହା ପହଂଚିବା ଦରକାର । ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ସ୍କୁଲ ପରିଦର୍ଶନର ଅନୁଭୁତିକୁ ବାଣ୍ଟିଥିଲେ । ଶିକ୍ଷକ ମାନେ ଖବର କାଗଜ ନିଶ୍ଚିତ ପଢିବା ଦରକାର । ବିଶେହ କରି ଶ୍ରେଣି କଠୋରୀରେ ଟିଏଲଏମ ର ବ୍ୟବହାର ବାଧ୍ୟତାମୂଳକ ହେବା ଦରକାର ।
ଯାହା ପିଲାଙ୍କ ଶିକ୍ଷଣ ସହଜ ହୋଇଥାଏ । ସେହିପରି ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ରଙ୍ଗେଇଲୁଣ୍ଡା ବିଇଓ ଡଃ ପ୍ରଭାତି କୁମାରୀ ମହାପାତ୍ର ଓ ପୁରୁଷୋତ୍ତମପୁର ବିଇଓ ହରେକୃଷ୍ଣ ପଣ୍ଡା ମଂଚାସୀନ ଥିଲେ । ପ୍ରଥମ ଦିନର କର୍ମଶାଳାରେ ସ୍ମାର୍ଟ କ୍ଲାସ ସଂପର୍କରେ ହିଞ୍ଜିଳି ବୃନ୍ଦାବନ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ଲତା ମୁନି ପିପିଟି ସଂପର୍କରେ କହିବା ସହ ମହେଶ୍ୱର ନାୟକ ଫଣ୍ଡ କାର୍ଯ୍ୟକାରିତା ସମ୍ପର୍କରେ ଡିପିସି ବିନିତା ସେନାପତି ଡ୍ରିମ ସଂପର୍କରେ , ପୁରୁଷୋତ୍ତମପୁର ବିଡିଓ ହରେକୃଷ୍ଣ ପଣ୍ଡା, ମୋ ସ୍କୁଲ ସଂପର୍କରେ ଛତ୍ରପୁର ବିଡିଓ ଅବିନାଶ ଶତପଥି ବିଜ୍ଞାନ କାର୍ଯ୍ୟ ସଂପର୍କରେ କୋଡିନେଟର ସାବିତ୍ରୀ ଦାସ, ଗେମସ୍ ଓ ସ୍ପୋର୍ଟସ୍ ସଂପର୍କରେ ଆରପିଇ ଭାଗିରଥି ସ୍ୱାଇଁ, ଇକୋ କ୍ଲବ ସଂପର୍କରେ ଡଃ ଶଙ୍କର ନାରାୟଣ ଦେବ, ମେଧାବୃତ୍ତି ସଂପର୍କରେ ଏସ୍. ଗିରିଧର, କୁକୁଡାଖଣ୍ଡି ବିଇଓ ପ୍ରମୁଖ ଆଲୋଚନା କରିଥିଲେ । ଏସିଏସଟି କୋର୍ଡିନେଟର ଡଃ ସରୋଜ ମୋହନ ପାଳ, ଅର୍ଥ ପରାମର୍ଶ ଦାତା ମଧୁସୁଦନ ପରିଡା, ଅଜିତ୍ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Comments are closed.